ଆସୁଛି ଲଘୁଚାପ, ୧୫ରୁ ବର୍ଷା ସମ୍ଭାବନା: ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

Published By : Prameya-News7 Bureau | November 13, 2023 IST

ଭୁବନେଶ୍ୱର ୧୩/୧୧: ଆସନ୍ତା ୧୪ ତାରିଖରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ବର୍ଷା ହେବ ।

୧୫ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ତ୍ତମାନ ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖୁଲା ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ ।

wp:embed {"url":"https://www.prameyanews7.com/another-low-presser-formation-in-bay-of-bengal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/another-low-presser-formation-in-bay-of-bengal/
/wp:embed

ଶୀତ ଦିନରେ ଆସୁଛି ବଡ଼ ବର୍ଷା । ଆସନ୍ତା ୧୪ନଭେମ୍ବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.