ଆସୁଛି ବର୍ଷା ; ୧୨ ଘଣ୍ଟା ମଧ୍ୟରେ ୱେଲ୍‌ମାର୍କର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

Published By : Prameya-News7 Bureau | October 08, 2018 IST

ଭୁବନେଶ୍ବର ୮|୧୦:  ଆସୁଛି ବର୍ଷା । ପାର୍ବଣ ପୂର୍ବରୁ ଭିଜିବ ଓଡିଶା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୧୨ଘଣ୍ଟା ମଧ୍ୟରେ ୱେଲମାର୍କର ରୂପ ନେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୭୨ ଘଣ୍ଟା ଭିତରେ ଓଡିଶା ଉପକୂଳକୁ ଛୁଇଁବ । ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଆସନ୍ତା ରହିବ ତେଣୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.