ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା! ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା

Published By : Prameya-News7 Bureau | November 28, 2023 IST

ଭୁବନେଶ୍ୱର,୨୮/୧୧: ବଙ୍ଗୋପସାଗରରୁ ମାଡ଼ିଆସୁଛି ଅତି ଭୀଷଣ ବାତ୍ୟା । ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଏହା ଉପକୂଳ ମୁହାଁ ହେବ । ବିଭିନ୍ନ ପାଣିପାଗ ମଡେଲଙ୍କ ଆକଳନ ଅନୁଯାୟୀ, ଘଣ୍ଟା ପ୍ରତି ୧୧୮ରୁ ୧୬୨ କିଲୋମିଟର ବେଗରେ ପବନ ବହିବ । ଡିସେମ୍ବର  ୬ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ମାଡ଼ ହେବାର ଆଶଙ୍କା ରହିଛି ।

ଜିଏଫଏସ୍‌ ମଡେଲର ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳରୁ ବହୁତ ଦୂରରେ ପଳାଇବ । ସମ୍ଭାବ୍ୟ ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ।  ହେଲେ ଏନେଇ କୌଣସି ସ୍ପିଷ୍ଟ ଆକଳନ ମିଳିନାହିଁ, ଏସବୁ ପ୍ରାକ୍‌ ଆକଳନ । ଏବେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇପାରିବନି ସମ୍ଭାବ୍ୟ ବାତ୍ୟା କେଉଁ ଆଡ଼କୁ ମୁହାଁଇବ । ଆଗକୁ ଏହାର ତୀବ୍ରତା, ଗତିପଥ ବଦଳିପାରେ ବୋଲି ଅନୁମାନ କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ମୁତାବକ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୯ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଆହୁରି ସମୁଦ୍ରରେ ଏହା ଆହୁରି ବଳ ଗୋଟାଇ ପରବର୍ତ୍ତୀ ୪୮ ଘଣ୍ଟାରେ ବା ଡିସେମ୍ବର ୧ ତାରିଖବେଳକୁ ବାତ୍ୟାରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏ ନେଇ ଆଇଏମଡି ଅଧିକ ଚିତ୍ର ସ୍ପଷ୍ଟ କରିବ ।

wp:embed {"url":"https://www.prameyanews7.com/weather-changed-in-delhi-ncr-late-monday-evening-and-it-rained/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-changed-in-delhi-ncr-late-monday-evening-and-it-rained/
/wp:embed

ଆଇଏମଡି ବୈଜ୍ଞାନିକଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ମେଘ ଖଣ୍ଡ ଏକାଠି ହୋଇନାହାନ୍ତି । ତେଣୁ ଏବେଠାରୁ ଠିକଣା ପୂର୍ବାନୁମାନ ସମ୍ଭବପର ନୁହେଁ । ଅବପାତ ହେବା ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ । ଦୁଇଟି ପ୍ରମୁଖ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଏବେ ସ୍ପଷ୍ଟ ଭାବେ କିଛି କହିହେବନି । ଆଇଏମଡି ଜିଏଫଏସ୍‌ ମଡେଲ୍‌ର ପ୍ରାକ୍‌ ଆକଳନ ହେଲା, ୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ।

ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରିବ ୪ ତାରିଖ ପର୍ଯ୍ୟନ୍ତ । ଏହା ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ମୁହାଁଇପାରେ । ୫ ତାରିଖବେଳକୁ ଏହା ଭେରି ସିଭିୟର ସାଇକ୍ଲୋନ୍ ରୂପରେ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ । ସେହିପରି ଇସିଏମଡବ୍ଲ୍ୟୁଏଫର ଆକଳନ କହୁଛି, ୨ରେ ବାତ୍ୟା ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇପାରେ । ୬ ତାରିଖବେଳକୁ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

wp:embed {"url":"https://www.prameyanews7.com/unseasonal-rain-wreaks-havoc-in-gujarat-and-maharashtra/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unseasonal-rain-wreaks-havoc-in-gujarat-and-maharashtra/
/wp:embed

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଦକ୍ଷିଣ ଓଡ଼ିଶାର କେତେକ ଜାଗା ଓ ଉତ୍ତରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ରାଜ୍ୟରେ ଏବେ ହାଲ୍‌କା ଶୀତ ବଢ଼ିଛି । ୪ ଦିନ ଯାଏଁ ତାପମାତ୍ରା ବିଶେଷ ବଦଳିବନି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.