ଘନୀଭୂତ ହେଲା ଘୂର୍ଣ୍ଣିବଳୟ, ରାତି ସୁଦ୍ଧା ନେବ ଲଘୁଚାପର ରୂପ, ୪ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | September 04, 2023 IST

ଭୁବନେଶ୍ୱର,୦୪/୦୯: ବଙ୍ଗୋପସାଗରରେ ଘନୀଭୂତ ହେଲା ଘୂର୍ଣ୍ଣିବଳୟ । ସୋମବାର ରାତି ସୁଦ୍ଧା ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବଜ୍ରପାତ ପାଇଁ ସତର୍କ ସୂଚନା ଦିଆଯାଇଛି । ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୩ ତାରିଖରୁ ଦ୍ବିତୀୟ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,  ରାଜ୍ୟରେ ୧୫ ତାରିଖ ଯାଏ ବର୍ଷା ଲାଗି ରହିବ । ଏ ମାସରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଲଘୁଚାପ ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୪ ତାରିଖ ରାତି ବା ୫ ତାରିଖ ସକାଳୁ ପ୍ରଥମ ଲଘୁଚାପ ହେବ । ୮ ତାରିଖରେ ଏହା ସ୍ଥଳଭାଗକୁ ଯିବ । ଏହି ଲଘୁଚାପ ପ୍ରଭାବରେ ୧୦ ତାରିଖ ଯାଏ ବର୍ଷା ହେବ । ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତର ଆଶଙ୍କା ରହିଛି  । ଉତ୍ତର ଆଭ୍ୟନ୍ତରରେ ୪ରୁ ବର୍ଷା ହେବ । ଏହି ଅଞ୍ଚଳରେ କମ୍‌ ବର୍ଷା ହୋଇପାରେ । କିନ୍ତୁ ପ୍ରବଳ ବଜ୍ରପାତର ଆଶଙ୍କା ରହିଛି । ସେହିପରି ଦକ୍ଷିଣ ଆଭ୍ୟନ୍ତରରେ ୫ରୁ ବର୍ଷା ହେବ । ୫ ଓ ୬ରେ ଘନ ଘନ ବଜ୍ରପାତ ମାଡ଼ ହେବ ।

wp:embed {"url":"https://www.prameyanews7.com/baramunda-bus-terminal-work-in-fullswing/","type":"wp-embed","providerNameSlug":"prameya-news-7"}
https://www.prameyanews7.com/baramunda-bus-terminal-work-in-fullswing/
/wp:embed

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା କମ୍‌ । କିନ୍ତୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି । ପ୍ରବଳ ବର୍ଷା ହେବାର ସମ୍ଭାବନା ଥିଲେ ବି ଲଗାଣ ବର୍ଷା ହେବନି ।

wp:embed {"url":"https://www.prameyanews7.com/puri-srimandira-temple-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/puri-srimandira-temple-news/
/wp:embed

ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ପୂରା ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ଅଛି । ୭ରେ ମଧ୍ୟ ପୂରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।

wp:embed {"url":"https://www.prameyanews7.com/7-districts-from-floods-in-assam/","type":"wp-embed","providerNameSlug":"prameya-news-7"}
https://www.prameyanews7.com/7-districts-from-floods-in-assam/
/wp:embed

୪ରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।  ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇପାରେ ।  ୫ରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଭାରୀ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.