୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ

Published By : Prameya-News7 Bureau | August 13, 2022 IST

ଭୁବନେଶ୍ୱର ୧୩/୦୮: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଆସନ୍ତା କାଲି ଅର୍ଥାତ ୧୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ସମ୍ଭାବନା ।

ଲଘୁଚାପ ପ୍ରଭାବରେ ଆଗକୁ ଦୁଇ ଦିନ ଭୀଷଣ ବର୍ଷା ହେବ । ଆସନ୍ତା ୧୩ ଓ ୧୪ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍‌ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି ।

ଋଷିକୂଲ୍ୟା, ବଂଶଧାରା ଓ ବ୍ରାହ୍ମଣୀରେ ବି ପ୍ରବଳ ଢାଳିବ । ବର୍ଷା ଯୋଗୁ ଏହି ସବୁ ନଦୀର ଜଳସ୍ତର ବଢ଼ିପାରେ । ଏହା ବନ୍ୟା ଡାକି ଆଣିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.