ଭୁବନେଶ୍ୱର ୨୪/୦୫: ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍’ । ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଆବପାତର ରୂପ ନେଲା ସକ୍ରିୟ ଲଘୁଚାପ । ଆସନ୍ତାକାଲି ସକାଳ ସୁଦ୍ଧା ବ୍ୟାତର ରୂପ ନେବ । ୨୬ ତାରିଖ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ । ବାଂଲାଦେଶ ଓ ପଶ୍ଚିମବଙ୍ଗ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସାଗରଦ୍ବୀପ ଓ ଖେପୁପରା ଏହା ଲ୍ୟାଣ୍ଡଫଲ୍ କରିପାରେ ପୂର୍ବାନୁମାନ କରିଛି ଆଇଏମ୍ଡି। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ପ୍ରଭାବରେ ୨୬ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କାଁ ଭାଁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ରେ ବି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହେବ ।
ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ୨୬ରେ ଭୀଷଣ ବାତ୍ୟା ହୋଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଅଞ୍ଚଳରେ ମାଡ଼ ହେବ । ବାତ୍ୟା ହେବା ପରେ ଘଣ୍ଟାକୁ ୯୦ କିମି ବେଗରେ ପବନ ବହିବ । ଓମାନ୍ ପ୍ରସ୍ତାବିତ ନାମ ମୁତାବକ ବାତ୍ୟାର ନାଁ ‘ରେମାଲ୍’ ହେବ । ଭୀଷଣ ବାତ୍ୟା ପରେ ଉତ୍ତର ବଙ୍ଗୋପସାଗରରେ ୧୦୦ରୁ ୧୧୦ କିମି ବେଗରେ ପବନର ଝଟ୍କା ଅନୁଭୂତ ହେବ ।
ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ୨୫ ତାରିଖ ସନ୍ଧ୍ୟାରେ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଜିଏଫ୍ଏସ୍ ମଡେଲର ଆକଳନ କରିଛି, ୨୬ ତାରିଖ ସକାଳ ୬ଟାରେ ଏହା ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ । ୯୦ କିମି ବେଗରେ ପବନ ବହିବ ।