scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସକ୍ରିୟ ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା

30/07/2023 at 8:03 PM

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ। ଏହା ପ୍ରଭବାରେ ରାଜ୍ୟରେ ଲାଗି ରହିବ ବର୍ଷା। ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ଭିତରେ ସମ୍ବଲପୁର, ବୌଦ୍ଧ, ନୟାଗଡ଼ ଓ ଅନୁଗୁଳର  ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସେଥିପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ଅଧିକ ପଢନ୍ତୁ- କେମିତି ହୁଏ ବାଦଲ ଫଟା ବର୍ଷା? ଫଟୋ ଗ୍ରାଫର କ୍ୟାମେରାରେ ତୋଳିଛନ୍ତି ଚିତ୍ର, ଦେଖନ୍ତୁ Video

କଳାହାଣ୍ଡି ଏବଂ କନ୍ଧମାଳର ପାହାଡ଼ିଆ ଅଞ୍ଚଳରେ ଭୂସ୍କଳନ ସମ୍ଭାବନା ରହିଛି । ଅନୁଗୋଳ ଏବଂ ଢେଙ୍କାନାଳରେ ବର୍ଷା ପରିସ୍ଥିତିକୁ ଦେଖି ଖଣି ଖନନ କରାଯାଇପାରେ ବୋଲି ପାଣିପାଗ ବିଭାଗ କହିଛି । ଏହାଛଡ଼ା  ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଟକ, ଜଗତସିଂପୁର, ପୁରୀ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

downtoearth.org.in

ଏହି ଜିଲା ମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧ ତାରିଖ ପାଇଁ ପୁରୀ, ଜଗତସିଂପୁର,ଢେଙ୍କାନାଳ, ଅନୂଗୁଳ ଏବଂ ସମ୍ବଲପୁର ଜିଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଜୁନ୍ ୧ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ୫୩୯.୫ ମିମି ବର୍ଷା ହେବା କଥା କିନ୍ତୁ ୪୭୫.୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ଦୁଇଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ୧୬ ଟି ଜିଲାରେ  ସ୍ଵାଭାବିକ ବର୍ଷା ରେକର୍ଡ଼ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୧୩୫ ମିମି ବର୍ଷା, ଅତାବିରା ୧୨୪.୪ ମିମି ବର୍ଷା ରେକର୍ଡ଼ କରାଯାଇଛି ।

ଅଧିକ ପଢନ୍ତୁ- ୩୦ ତାରିଖରୁ ରାଜ୍ୟରେ ବଢିବ ବର୍ଷା, ଏବେ ବି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ୫ଦିନ ଯାଏଁ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଜାରି ରହିବ।  ତେବେ  ଆଜି  ରାଜଧାନୀରେ ବର୍ଷାର ସମ୍ଭାବନା ନାହିଁ ବୋଲି ସୋଆ ସିଇସି ନିର୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।  ଅଗଷ୍ଟ ୧ରୁ ଉତ୍ତର ଓଡିଶା ଏବଂ ପଶ୍ଚିମ ଓଡିଶାରେ  ପ୍ରବଳ ବର୍ଷା ଜାରି ରହିବା ସହ ଓଡିଶାରେ ଅଗଷ୍ଟ ୨ ଏବଂ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି।  ତେବେ ଅତ୍ୟଧିକ ବର୍ଷା ହେଲେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

   Related Posts