ରାତିରେ କମ୍ ରହିବ ତାପମାତ୍ରା; ଏହି ଜିଲ୍ଲାରେ ବର୍ଷା ସମ୍ଭାବନା
15/02/2023 at 11:06 PM

ଭୁବନେଶ୍ୱର: ଦିନ ବଢ଼ିବା ସାଙ୍ଗକୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଛି। ଦିନ ବେଳା ଖରା ସାଙ୍ଗକୁ ସାମାନ୍ୟ ଗରମ ଅନୁଭୂତ ହେଉଛି। ତେବେ ରାତି ବେଳା ତାପମାତ୍ରା ସାମାନ୍ୟ କମ୍ ରହିବ ବୋଲି ସୋଆ ପରିବେଶ ଏବଂ ଜଳବାୟୁ ପାଇଁ କେନ୍ଦ୍ର(ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।
ଉପକୂଳିଆ ଅଞ୍ଚଳଗୁଡ଼ିକରେ ଫେବ୍ରୁଆରୀ ୧୮ ରୁ ୨୩ ତାରିଖ ଯାଏ ରାତିରେ ତାପମାତ୍ରା ୧୬ ରୁ ୧୮ ଡିଗ୍ରୀ ସେଲ୍ସିୟସ ରହିବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିରେ ତାପମାତ୍ରା ୧୧-୧୩ ଡିଗ୍ରୀ ସେଲ୍ସିୟସ ରହିବ ବୋଲି ସିଇସି କହିଛି।
ସେହିପରି ଦିନ ବେଳା ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ ରହିବ। ଫେବ୍ରୁଆରୀ ୨୦ରୁ ଦୈନିକ ତାପମାତ୍ରା ବୃଦ୍ଧି ପାଇଁ ଫେବ୍ରୁଆରୀ ୨୩ ତାରିଖ ତାପମାତ୍ରା ୩୮ ଡିଗ୍ରୀ ସେଲ୍ସିୟସ ରହିବ। ଫେବ୍ରୁଆରୀ ୨୦ ତାରିଖରୁ ଦିନ ଓ ରାତିର ତାପମାତ୍ରା ବ୍ୟବଧାନ କମିବ। ରାତିରେ ବି ଦିନ ଭଳି ତାପମାତ୍ରା ବଢ଼ିବ। ତେବେମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ ରୁ ୧୮ ତାରିଖ ମଧ୍ୟରେ ବର୍ଷା ସହିତ ବଜ୍ରପାତର ହେବାର ସମ୍ଭାବନା ରହିଛି।