ମହୁଲ ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, ପ୍ରେମିକାର ବାହାଘର ଠିକ୍‌ ହୋଇଯିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | May 02, 2022 IST

ଆଠମଲ୍ଲିକ, ୦୨/୦୫:  ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବରଡ଼ାକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟଛି । ହାଇସ୍କୁଲ ନିକଟସ୍ଥ ମହୁଲ ଗଛ ପାଖରୁ ଆଜି ଅପରାହ୍ଣରେ ଗ୍ରାମର ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ କରାଯାଇଛି । ଉଭୟେ ମହୁଲ ଗଛରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବା କୁ ମିଳିଛି । ହେଲେ ଝିଅଟିର ଗୋଡ଼ ଗଛର ଏକ ଡାଳ ଉପରେ ଲାଗିଛି । ସୂଚନା ମୁତାବକ ବରଡ଼ାକଟା ଗ୍ରାମର ଯୁବକ ମାନସ କ୍ଷେତି (୨୩) ଏବଂ ମିଲି ପାଢୀ (୨୦) ଉଭୟେ ଉଭୟଙ୍କୁ ଭଲ ପାଉଥିଲେ । କିଛିଦିନ ହେବ ମିଲିଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲା  I ଏହି କାରଣରୁ ଉଭୟେ ଶେଷରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କିଆକଟା ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.