ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | November 01, 2019 IST

ଉମରକୋଟ ୧|୧୧: ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟ ପ୍ରେମୀ ଯୁଗଳ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫୋଟକି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ନରୋତ୍ତମ ନାୟକ ଏବଂ ସବନମ୍ ବେଗମ୍ ।

{"id":177631}

ସୂଚନାଯୋଗ୍ୟ ଯେ, ଫୋଟକି ଗାଁ ନିକଟ ଜଙ୍ଗଲରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଚନ୍ଦାହାଣ୍ଡି ପୋଲିସ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ନରୋତ୍ତମ ପୂର୍ବରୁ ବିବାହିତା ଥିଲେ । ତାଙ୍କର ତିନି ବର୍ଷର ଶିଶୁପୁତ୍ର ମଧ୍ୟ ଅଛି । ଯୁବତୀ ଜଣଙ୍କ ମୁସଲିମ୍ ସମ୍ପ୍ରଦାୟର ବୋଲି ଜଣାପଡିଛି । ତେବେ ଉଭୟ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

{"id":177633}

ନରୋତ୍ତମଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଗତକାଲି ରାତିରେ ତାଙ୍କ ସ୍ବାମୀ ଘରେ ଶୋଇଥିଲେ କିନ୍ତୁ ଅଧ ରାତିରେ ସେ କେଉଁଆଡେ ପଳାଇ ଯାଇଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂପୃକ୍ତ ଝିଅର ପରିବାର ସଦସ୍ୟ ଜଣେ ତାଙ୍କୁ ଫୋନ୍ କରି କହିଥିଲେ କୋକେଇ ସଜାଡିଥା ସ୍ବାମୀର ଶବ ଆଣିବାକୁ ଯିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.