ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର: ଶବରେ ଏସିଡ ପକାଇ ପୋତି ଦିଆଯାଇଥିଲା, ଗୋଟିଏ ଭୁଲରୁ…

18/08/2021 at 6:05 PM

ମୁରାଦନଗର ୧୮/୦୮ : ଦିଲ୍ଲୀ ମୁରାଦନଗରରୁ ସପ୍ତାହେ ହେଲା ନିଖୋଜ ହୋଇଥିବା ଯୁବକଙ୍କ ଶବ ମଙ୍ଗଳବାର ଦିନ ତାଙ୍କ ପ୍ରେମିକା ଘରୁ ଉଦ୍ଧାର ହୋଇଛି। ଶବରୁ ଦୁର୍ଗନ୍ଧ ନ ବାହାରିବ ବୋଲି ତା ଉପରେ ଏସିଡ ମଧ୍ୟ ପକାଇ ଦିଆଯାଇଥିଲା। ପୋଲିସ ତହସିଲଦାରଙ୍କ ଉପସ୍ଥିତିରେ ମାଟି ଖୋଲି ଶବ ବାହାରକରି ବ୍ୟବଛେଦ ପାଇଁ ପଠାଇଛି।

ପୋଲିସ ପ୍ରେମିକା, ତାଙ୍କ ମା’ ଓ ଭାଇକୁ ହାଜତକୁ ନେଇ ପଚରାଉଚୁରା କରୁଛି। ଫରେନସିକ ଟିମ ଘଟଣାସ୍ଥଳରୁ ଜରୁରୀ ସାକ୍ଷ୍ୟ ଏକତ୍ରିତ କରିଛି। ପୋଲିସ କହିବାନୁଯାୟୀ, ଖୈରାଜପୁର ଗାଁର ମୁରସଲିମ (୧୮)ଙ୍କ ଦୁଇ ବର୍ଷ ହେଲା ସେହି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଅଗଷ୍ଟ ୧୧ ତାରିଖ ଅପରାହ୍ନରେ ସେ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତି ଯାଏଁ ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ କିନ୍ତୁ କିଛି ପତା ନ ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ। ୧୫ ତାରିଖରେ ପୋଲିସ ନିଖୋଜ ମାମଲା ରୁଜ୍ଜୁ କରି ଯୁବକଙ୍କ ମୋବାଇଲ ସର୍ଭିଲାନ୍ସରେ ଲଗାଇଥିଲା।

ମଙ୍ଗଳବାର ଦିନ ଯୁବକଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପୋଲିସ ପ୍ରଥମେ କ୍ଷେତରେ ତାଙ୍କୁ ଖୋଜିଥିଲା ଓ ପରେ ପ୍ରେମିକାଙ୍କ ଘରେ ପହଞ୍ଚିଥିଲା। ପୋଲିସ କହିଛି ପ୍ରେମିକା ଘରେ ଯେଉଁଠାରେ ସୋଫା ପଡିଥିଲା ସେଠାରେ ମାଟି ଟିକେ ଉପରକୁ ଉଠିଥିଲା। ସନ୍ଦେହ ହେବାରୁ ସୋଫା ଉଠାଇ ଖୋଳିବାରୁ ଦୁଇ ଫୁଟ ତଳେ ଯୁବକର ଶବ ଦେଖାଯାଇଥିଲା। ପୋଲିସ ମାଟି ଖୋଲି ଶବ ବାହାର କରିଥିଲା। ଶବରେ ବହୁ ମାତ୍ରାରେ ଏସିଡ ପକାଇ ଦିଆଯାଇଥିଲା। ଏସିଡ ଯୋଗୁଁ ଶବ ସମ୍ପୂର୍ଣ୍ଣ ପୋଡି ଯାଇଥିଲା।

ଥାନା ପ୍ରଭାରୀ ହରିଓମ ସିଂହ କହିଛନ୍ତି, ଯେଉଁଦିନ ଠାରୁ ମୁରସଲିମ ନିଖୋଜ ହୋଇଥିଲେ ସେହିଦିନ ଠାରୁ ତାଙ୍କ ମୋବାଇଲ ସର୍ଭିଲାନ୍ସରେ ଲଗାଇ ଦିଆଯାଇଥିଲା। ଦୁଇ ଦିନ ପୂର୍ବରୁ ମୋବାଇଲ ଆକ୍ଟିଭ ହୋଇଥିଲା ଏବଂ ଲୋକେସନ ଢିକୌଲି ଗାଁ ଦେଖାଇଥିଲା। ପୋଲିସ ଢିକୌଲି ଗାଁର କପିଳ କୁମାରକୁ ହାଜତକୁ ନେଇ ପଚରାଉଚୁରା କରିଥିଲା। ସେ କହିଥିଲା ଯେ ଖୈରାଜପୁର ଗାଁକୁ ଆଇସକ୍ରିମ ବିକ୍ରି କରିବାକୁ ଯାଇଥିଲା। ଦୁଇ ଦିନ ପୂର୍ବରୁ ଜଣେ ଯୁବତୀ ତାଙ୍କ ଠାରୁ ଆଇସକ୍ରିମ ନେଇଥିଲେ ଓ ୫୦୦ ଟଙ୍କିଆ ନୋଟ ଦେଇଥିଲେ। ଘରେ ଯାଇ ୫୦୦ ଟଙ୍କିଆ ନୋଟ ଖୋଳିବାରୁ ସେଥିରୁ ସିମ ମିଳିଥିଲା। ଆଇସକ୍ରିମ ବିକାଳୀ ଯୁବତୀଙ୍କୁ ଚିହ୍ନଟ କରିଥିଲେ। ଏହାପରେ ପୋଲିସ ଯୁବତୀଙ୍କ ଘରେ ସର୍ଚ୍ଚ ଅପରେସନ କରି ଶବ ଜବତ କରିଥିଲା।

କୁହାଯାଉଛି ଯେ ଯୁବକ ଯୁବତୀଙ୍କୁ ବାହାହେବାକୁ ଚାପ ପକାଉଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ପୋଲିସ ହାଜତରେ ପ୍ରେମିକାକୁ ପଚରାଯିବାରୁ ସେ କହିଥିଲେ ଯେ ୧୧ ତାରିଖରେ ପ୍ରେମିକର ଫୋନ ଆସିଥିଲା ଓ ସେ ପଚାରିଥିଲେ ଘରେ କିଏ କିଏ ଅଛନ୍ତି। ଯୁବତୀ କହିଥିଲେ ଯେ ଘରେ କେହି ବି ନାହାନ୍ତି। ତାପରେ ଯୁବକ ପ୍ରେମିକା ଘରକୁ ଯାଇଥିଲେ ଓ ବାହାଘର କଥା କହିଥିଲେ। ଯୁବତୀ କହିଥିଲେ ସେ ଦୁହିଁକୁ ବାହାଘର ହୋଇପାରିବନି। ଘର ଲୋକ ତାଙ୍କ ପାଇଁ ପ୍ରସ୍ତାବ ଦେଖୁଛନ୍ତି। ଏତିକି କହି ସେ ବାହାରକୁ ପଳେଇ ଆସିଥିଲେ। ଟିକେ ସମୟ ପରେ ଭିତରକୁ ଯାଇ ଦେଖିଲେ ମୁରସଲିମ ପଙ୍ଖାରେ ଝୁଲୁଥିଲେ। ଏହାପରେ ସେ ଘର ଭିତରେ ଗତ ଖୋଳି ତାଙ୍କୁ ସେଠାରେ ପୋତି ଦେଇଥିଲେ। ତେବେ ପୋଲିସ ଯୁବତୀଙ୍କ କଥାରେ ବିଶ୍ୱାସ କରିନାହିଁ। ପୋଲିସ ମାମଲାର ଯାଞ୍ଚ ଜାରି ରଖିଛି।

   Related Posts