scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବେକରେ ରଶି ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗୁରୁତର ଅବସ୍ଥାରେ ପ୍ରେମିକା ଉଦ୍ଧାର, ପ୍ରେମିକ ମୃତ

21/11/2023 at 10:03 AM

ଢେଙ୍କାନାଳ ୨୧/୧୧: ବେକରେ ରଶି ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଗୁରୁତର ଅବସ୍ଥାରେ ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି। ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ଜି. ଗୋବିନ୍ଦବିପୁର ନୂଆସାହି ଆମ୍ବ ତୋଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଥାଉକି, ଗୋବିନ୍ଦବିପୁର ଅଞ୍ଚଳର ଜଣେ ଯୁବକ ବଳଦିଆ ବନ୍ଧ ନୂଆ ସାହିର ଯୁବତୀଙ୍କୁ ଭଲ ପାଉଥିଲେ। ତେବେ କୌଣସି କାରଣ ବଶତଃ ଉଭୟ ନୂଆସାହି ଆମ୍ବ ତୋଟାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୋଲିସର ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ପାଇଁ ଉଭୟ ଆତ୍ମହତ୍ୟା କରୁଥିଲେ ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

   Related Posts