ବାଲେଶ୍ବର୧୮/୧୨: ପ୍ରେମ ପତାରଣାରୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ପ୍ରେମିକା । ବାଲେଶ୍ବର ଜିଲ୍ଲା ଗୁଡ଼ିପଦା ଅଂଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ହେଲେ ବାଢ଼ା ମାରାଣ୍ଡି । ସେ ବାଲେଶ୍ବରରେ ଥିବା ଭାରତୀୟ ଖାଦ୍ୟ ନିଗମରେ ଓ୍ବାଚ୍ମ୍ୟାନ୍ ଭାବେ କାମ କରୁଥିଲେ । ପ୍ରେମ ପ୍ରତାରଣାରୁ ହତ୍ୟା । ଦୀର୍ଘ ଦିନର ସମ୍ପର୍କ ପରେ ବିବାହ କରିବାକୁ ରାଜି ନ ହେବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକା । ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ।
{"id":199440,"sizeSlug":"large"}ବାଲେଶ୍ବର ଜିଲ୍ଲା ଗୁଡ଼ିପଦାରେ ଘଟିଛି ଏହି ହତ୍ୟାକାଣ୍ଡ। ସେ ବାଲେଶ୍ବର FCIରେ ଓ୍ବାଚ୍ମ୍ୟାନ୍ ଭାବେ କାମ କରୁଥିଲେ । ବାଢାଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା ଶିରିସବଣି ଗାଁରେ । ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ହେଲେ କିଛି ଦିନ ତଳେ ତାଙ୍କର ଆଉ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବାଢ଼ା ସଂପୃକ୍ତ ମହିଳାଙ୍କୁ ନେଇ ବାଲେଶ୍ବରରେ ଏକ ଭଡ଼ାଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ବି ଅଛି । ମହିଳା ଜଣକ ବାରମ୍ବାର ବିବାହ ପାଇଁ କହୁଥିଲେ ମଧ୍ୟ ଏଥିରେ ରାଜି ହେଉ ନ ଥିଲେ ବାଢ଼ା ।
{"id":199441,"sizeSlug":"large"}ଯାହାକୁ ନେଇ ଉଭୟଙ୍କ ଭିତରେ ସବୁବେଳେ ପାଟିତୁଣ୍ଡ, ଝଗଡ଼ା ଲାଗି ରହୁଥିଲା । ତେବେ ଗତକାଲି ରାତିରେ ବାଢା ଖାଇପିଇ ଶୋଇବା ପରେ ମହିଳା ଜଣକ ଏକ ଧାରୁଆ ଭୁଜାଲିରେ ହାଣି ହତ୍ୟା କରିଥିଲେ। ବାଢ଼ାଙ୍କୁ ହତ୍ୟା କରିଥିବା ମହିଳା ଜଣକ ହେଲେ ସୀତା ହେମ୍ବ୍ରମ୍ । ହତ୍ୟାକାଣ୍ଡ ପରେ ସୀତା ବାଲେଶ୍ବରରୁ ଟ୍ରେନ୍ରେ ବାରିପଦା ପଳାଇଥିଲେ । ସେଠାରେ ସଦର ଥାନାରେ ଆତ୍ମସମର୍ପଣ କରିଥିଲେ ।ସେପଟେ ବାଲେଶ୍ବର ଭଡ଼ାଘରୁ ବାଢ଼ାଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ସହଦେବଖୁଣ୍ଟା ପୋଲିସ । ଘଟଣାସ୍ଥଳରେ ଛାନଭିନ୍ କରିଛି ଫୋରେନ୍ସିକ୍ ଟିମ୍ ।