ଜାତି ଅଲଗା ହେଲା ବୋଲି ପ୍ରତିଶୃତି ଦେଇ ଠକିଲା ପ୍ରେମିକ, ପୁଅଘର ସମ୍ମୁଖରେ ପ୍ରେମିକାର ଧାରଣା
24/08/2022 at 4:26 PM

ସାନଖେମୁଣ୍ଡି, ୨୪/୦୮: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ପ୍ରେମିକ ଜାତିର ହୋଇନଥିବାରୁ ଘରକୁ ନେଇ ପତ୍ନୀର ମାନ୍ୟତା ଦେଉନଥିବା ବେଳେ ଅନ୍ୟତ୍ର ବିବାହ ପାଇଁ ଉଦ୍ୟମ କରିବାକୁ ନେଇ ପ୍ରେମିକର ଘର ସମ୍ମୁଖରେ ଧାରଣା ଦେଇଛି ପ୍ରେମିକା । ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ୨୦୧୯ ମସିହାରେ ପ୍ରେମ ବିବାହ ହୋଇଥିବା ପ୍ରେମିକା ଜଣକ ଅଭିଯୋଗ କରିଛନ୍ତି । ବିବାହ ପାଇଁ ପ୍ରତିଶୃତି ଦେଇ ପରବର୍ତ୍ତି ଅବସ୍ଥାରେ ବିବାହ ନ କରିବା ହେତୁ ସେ ଧାରଣା ଦେଇଥିବା କହିଛନ୍ତି ।
ପ୍ରେମିକା ତା ୩/୧୨/୨୦୧୯ ରିଖରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରାପ୍ତ ଏତଲା ନକଲ ଆଧାରରେ ଜଣାପଡିଛି । ଥାନାରେ ଏତଲା ପରେ ଉଭୟଙ୍କ ମଧ୍ୟରେ ବିବାହ ପାଇଁ ସ୍ଥିରୀକୃତ ହୋଇଥିଲା । ଘଟଣାଟିକୁ କିଛି ଦିନ ବିତିଯିବା ପରେ ତତ୍ ସମୟରେ ସମାଧାନ କରାଯାଇଥିଲା । ବିବାହ କରିବାକୁ ପ୍ରତିଶୃତି ଦେଇଥିଲା ପ୍ରେମିକ । ହେଲେ ପରେ ଘରୁ ନିଖୋଜ ହୋଇଯାଇଥିବା ବେଳେ ଆଉ ଏକ ଝିଅକୁ ନିଜ ଜାତିରେ ବିବାହ ପାଇଁ ଉଦ୍ୟମ କରିବା ସୂଚନା ପାଇ ପ୍ରେମିକା ଜଣକ ଧାରଣା ଦେଇଥିବା ଜଣାପଡ଼ିଛି ।