Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅନୈତିକ ସମ୍ପର୍କରୁ ଶିଶୁର ହତ୍ୟା, ବିବିହିତା ପ୍ରେମିକାର ପୁଅକୁ କଚାଡ଼ି ମାରିଦେଲା ପ୍ରେମିକ !

2/10/2022 at 7:05 PM

ପଟ୍ଟାମୁଣ୍ଡାଇ, ୦୨/୧୦: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତଗର୍ତ ଦିହୁଡିପୁର ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ଭାଇ ଭଉଣୀଙ୍କ ସାମ୍ନାରେ ଛୋଟ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଦିହୁଡ଼ିପୁର ଗାଁର ସସ୍ମିତା ନାଥ ମତିଆପଡା ଗାଁର ସୁକାନ୍ତ ନାଥଙ୍କୁ ବିବାହ କରିଥିଲେ । ସୁକାନ୍ତ ଦେଶ ବାହାରେ ଚାକିରୀ କରୁଥିବାରୁ ପିଲାଙ୍କୁ ପାଠ ପଢ଼ାଇବାକୁ ସସ୍ମିତା ପଟ୍ଟାମୁଣ୍ଡାଇରେ ଏକ ଭଡା ଘରେ ରହୁଥିଲେ ।

ସସ୍ମିତାଙ୍କର ଦୁଇ ପୁଅ ଓ ଗୋଟେ ଝିଅ ଥିବା ବେଳେ ତିନି ଜଣ ପଟ୍ଟାମୁଣ୍ଡାଇରେ ରହୁଥିଲେ । ଅନ୍ୟପଟେ ସସ୍ମିତାଙ୍କର ଦୀର୍ଘ ୬ ମାସ ତଳେ ଲକ୍ଷ୍ମୀଧରଙ୍କ ସହିତ ପ୍ରେମ ସମ୍ପର୍କ ରହିବା ସହିତ ସେମାନଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ନିଜେ ସ୍ୱୀକାର କରିଛନ୍ତି ଲକ୍ଷ୍ମୀଧର । ଅନ୍ୟପଟେ ଗତକାଲି ଦିନ ୧ଟା ସମୟରେ ସସ୍ମିତାଙ୍କ ସାନପୁଅକୁ ଗାଧୋଇ ଦେବାକୁ କହି ଲକ୍ଷ୍ମୀଧର ଅନ୍ୟ ଦୁଇ ଭାଇ ଭଉଣୀଙ୍କ ସାମ୍ନାରେ ବାଥରୁମରେ କଚାଡି ମରିଦେଇଥିବା କହିଛନ୍ତି ଦୁଇ ଭାଇ ଭଉଣୀ ।

ତେବେ ମାଆ ସସ୍ମିତା ମିଛ କହି ନିଜ ପ୍ରେମ ଓ ପ୍ରେମିକକୁ ଲୁଚାଇବାକୁ ଚେଷ୍ଟା କରିଥିବା ବେଳେ ପୁଣି ଲକ୍ଷ୍ମୀଧର ସସ୍ମିତାଙ୍କ ବାପଘରକୁ ଆସିଥିବା ବେଳେ ସସ୍ମିତାଙ୍କ ଦୁଇ ପିଲା ଭାଇର ହତ୍ୟାକରୀକୁ ଚିହ୍ନିବା ସହିତ ପରିବାରକୁ ଜଣାଇ ଥିଲେ । ପରେ ଗ୍ରାମବାସୀ ଲକ୍ଷ୍ମୀଧରକୁ ଅଟକ ରଖିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

   Related Posts