scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରେମିକାଙ୍କ ସହ ବିଶ୍ୱାସଘାତ କରିବା ପଡିଲା ମହଙ୍ଗା; ବୀଚ ରାସ୍ତାରେ ପ୍ରେମିକକୁ ଛେଚିଲେ ଯୁବତୀ, ଭିଡିଓ ଭାଇରାଲ

21/01/2019 at 6:00 PM

ବରେଲୀ ୨୧/୧ : ମହଙ୍ଗା ପଡିଲା ବିଶ୍ୱାସଘାତକତା | ଵିଶ୍ଵାସଘାତ କରିଥିବା ପ୍ରେମିକକୁ ମଝି ରାସ୍ତାରେ ଛେଚିଲେ ପ୍ରେମିକା | ପ୍ରମିକା ଯୁବକକୁ ମର୍ପିତ କଲାବେଳେ ଯୁବକ ମଧ୍ୟ ଯୁବତୀଙ୍କ ଉପରକୁ ହାତ ଉଠାଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ପାଖରେ ଥିବ ଯୁବତୀଙ୍କ ସହଯୋଗୀ ମଧ୍ୟ ଯୁବକଙ୍କୁ ବାଡେଇଥିଲେ | ଆକ୍ରମଣରେ ଡରିଯାଇ ଯୁବକ ନିଜ ଜୀବନ ରକ୍ଷା କରି ଘଟଣାସ୍ଥଳରୁ ଦଉଡି ପଳାଇଯାଇଥିଲେ | ଏହି ପୁରା ଘଟଣାକୁ ଜଣେ ରେକର୍ଡିଙ୍ଗ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛି |


ବୀଚ ରାସ୍ତାରେ ମାରପିଟର ଏହି ଦୃଶ୍ୟ ବରେଲୀ ଅନ୍ତର୍ଗତ ବଟଲର ପ୍ଲାଜା ପାଖରେ ଘଟିଥିଲା | ଜଣେ ଯୁବତୀ ଆଜି ସକାଳେ ନିଜର ଜଣେ ସାଙ୍ଗ ସହ ମିଶି ଯୁବକକୁ ନିରଧୂମ ଛେଚିଥିଲେ |


ସୂଚନାଯୋଗ୍ୟ ଯେ, ଗତ ୪ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା | ଯୁବତୀ କହିଥିଲେ ଯେ, ଗତ ୪ ବର୍ଷ ହେଲା ସେ ସବୁକିଛି ତ୍ୟାଗ କରି ପ୍ରେମିକଙ୍କ ସହ ମିଶିକି ରହୁଥିଲେ | କିନ୍ତୁ ଉଭୟ ବିବାହ କରିନଥିଲେ | ବିବାହ କରିବା କଥା କହିଲେ ଯୁବକ କୌଣସି ପ୍ରକାରେ ଓହରି ଯାଉଥିଲେ | କିନ୍ତୁ ସେ ଅନ୍ୟ ଏକ ଯୁବତୀକୁ ବାହାହେବା କଥା ଯୁବତୀ ଜାଣିବାକୁ ପାଇଥିଲେ | ଏହା ଜାଣିବାପରେ ଯୁବତୀ ବହୁତ ଦୁଃଖ କରିଥିଲେ | ସେ ରାଗିଯାଇ ଯୁବକକୁ ମଝି ରାସ୍ତାରେ ମାରପିଟ କରିଥିଲେ |

   Related Posts