ଯୁବତୀଙ୍କ ଅଦ୍ଭୁତ ପ୍ରେମ : ହ୍ବାଟସଆପରେ ଚାଟିଂ କରି ସାନଭାଇକୁ ଫସାଇଲେ , ଏବେ ବଡ଼ ଭାଇକୁ ବାହା ହେବାକୁ ଜିଦ୍

Published By : Prameya-News7 Bureau | August 28, 2020 IST

ଶାହଜାହାନପୁର ୨୮/୮: ପ୍ରେମ ଅନ୍ଧ ହୋଇଥାଏ ବୋଲି ତ ସମସ୍ତେ ଶୁଣିଛନ୍ତି କିନ୍ତୁ ପ୍ରେମ ଏତେ ଯଦି ବଦଳିଥାଏ ଏପରି ଘଟଣା ଉତ୍ତରପ୍ରଦେଶର ଶାହଜାହନପୁରର ପରୌଲି ଗାଁରେ ସତ ହୋଇଛି। ଜଣେ ଯୁବତୀ ନିଜ ପ୍ରେମିକଙ୍କ ପାଖକୁ ପହଞ୍ଚିଥିଲେ କିନ୍ତୁ ତାଙ୍କ ବୟସ କମ୍ ହେବାରୁ ସେ ତାଙ୍କ ବଡ଼ ଭାଇଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପୂରା ଘଟଣା ଗାଁରେ ଚର୍ଚ୍ଚାର ବିଷୟ ହୋଇଛି।

ଶାହଜାହାନପୁର ବାସିନ୍ଦା ଯୁବତୀ ଏଲଏଲବିର ଚତୁର୍ଥ ସେମିଷ୍ଟାର ଛାତ୍ରୀ। ୯ବର୍ଷ ତଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ସାବତ ମାଆ ଯୁବତୀଙ୍କୁ ନିର୍ଯାତନା ଦେଉଥିଲେ। ୨ମାସ ତଳେ ସେ ଏକ ନମ୍ବରରେ ହ୍ବାଟସଆପ୍ ମ୍ୟାସେଜ କରିଥିଲେ। ଏହି ନମ୍ବର ପରୌଲି ଗାଁର ଅମିତ କୁରିଲଙ୍କର। ଅମିତ ମ୍ୟାସେଜର ରିପ୍ଲାଇ ଦେଇଥିଲେ। ଏହା ପରେ ମ୍ୟାସେଜ ଆଦାନ-ପ୍ରଦାନ ହେବା ସହ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା। ଏହି ସମ୍ପର୍କ ପ୍ରେମ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଯୁବତୀ ଅଗଷ୍ଟ ୨୫ତାରିଖରେ ଶାହଜାହାନପୁରରୁ ଚାଲି ଚାଲି ନିଜ ପ୍ରେମିକଙ୍କ ଘରକୁ ପହଞ୍ଚି ଯାଇଥିଲେ।

ଯୁବତୀ ୧୦କିଲୋମିଟର ଯାଏଁ ଚାଲି ସାରିଥିଲେ। ସେହି ସମୟରେ ତାଙ୍କ ସହ ଜଣେ ପଥଚାରୀ ଦେଖା ହୋଇଥିଲେ। ସେ ତାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ ଏବଂ ଅଗଷ୍ଟ ୨୬ତାରିଖରେ ଯୁବତୀ ପୁଣି ନିଜ ପ୍ରେମିକଙ୍କ ଘରକୁ ଯିବାକୁ ବାହାରିଥିଲେ ସେତେବେଳେ ସେ ତାଙ୍କୁ ୨୦୦ଟଙ୍କା ଦେଇଥିଲେ। ଯୁବତୀ ୧୬୩ଟଙ୍କାର ବସ୍ ଟିକେଟ କିଣିଥିଲେ ଏବଂ କାନପୁର ଆସି ଯାଇଥିଲେ। ଏଠାରୁ ସେ ନୌବସ୍ତା ଓହ୍ଲାଇଥିଲେ ଏବଂ ସେଠାରୁ ସେ ଚାଲି ଚାଲି ଅମିତଙ୍କ ଘରକୁ ପହଞ୍ଚିଥିଲେ।

ଅମିତଙ୍କ ଘରକୁ ପହଞ୍ଚିବା ମାତ୍ରେ ତାଙ୍କ ପରିବାର ଲୋକଙ୍କୁ ସେ ନିଜ କାହାଣୀ ଶୁଣାଇଥିଲେ। ପୂରା କଥା ଶୁଣିବା ପରେ ଅମିତଙ୍କ ପରିବାର ଲୋକେ ତାଙ୍କୁ କହିଥିଲେ ଯେ ଅମିତ ତାଙ୍କଠୁ ବହୁତ ସାନ। ଏହା ପରେ ଯୁବତୀଙ୍କ ନଜର ତାଙ୍କ ବଡ଼ ଭାଇ ରାଜେଶଙ୍କ ଉପରେ ପଡ଼ିଥିଲା। ଯୁବତୀ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଯେ ସେ ରାଜେଶଙ୍କୁ ବିବାହ କରିବାକୁ ପ୍ରସ୍ତୁତ କିନ୍ତୁ ନିଜ ଘରକୁ ସେ ଯିବାକୁ ଚାହନ୍ତି ନାହିଁ। ଯୁବତୀଙ୍କ ଅବସ୍ଥା ଏବଂ ତାଙ୍କ ଦୁଃଖ କାହାଣୀ ଶୁଣି ଅମିତଙ୍କ ପରିବାର ଲୋକଙ୍କ ହୃଦୟ ମଧ୍ୟ ତରଳି ଯାଇଥିଲା ଏବଂ ସେମାନେ ରାଜେଶଙ୍କ ସହ ତାଙ୍କ ବିବାହ କରାଇବାକୁ ରାଜି ହୋଇଯାଇଥିଲେ। ସେ ନିଜ ସାବତ ମାଆଙ୍କ ବ୍ୟବହାରରେ ଏତେ ମାତ୍ରାରେ ଅତିଷ୍ଠ ହୋଇଯାଇଥିଲେ ଯେ ତାଙ୍କ ନିଜ ଘର ସେ ଛାଡ଼ି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.