ଆନନ୍ଦପୁର: ଇନଷ୍ଟାଗ୍ରାମରୁ ବିବାହିତ ମହିଳା ସହ ପ୍ରେମ। ସୁଯୋଗ ଦେଖି ପରସ୍ପରକୁ ଭେଟୁଥିଲେ। ତେବେ ଧରା ପଡ଼ିଗଲା ଚୋରା ପୀରତି। ଆନନ୍ଦପୁର ଥାନା ଅନ୍ତର୍ଗତ ଅକରୁଆ ଗ୍ରାମରେ ଘଟିଛି ଏହି ଘଟଣା। ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ହଟହଟା ହୋଇଛନ୍ତି ଯୁବକ। ଗ୍ରାମବାସୀଙ୍କ ଦ୍ବାରା ରାତିସାରା ଅଟକ ରହିବା ପରେ ପୋଲିସ୍ ହସ୍ତକ୍ଷେପ ପରେ ଉଦ୍ଧାର ପାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଗ୍ରାମର ଜଣେ ମହିଳା ୭ ବର୍ଷ ପୂର୍ବେ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୫ ବର୍ଷର ପୁଅ ଅଛି। ଦୁଇ ବର୍ଷ ତଳେ ସୋସୋ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ମାନସ ଦେହୁରୀ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମରେ ପ୍ରେମ ସମ୍ପର୍କ ଗଢିଉଠିଲା। ସେଥିରେ ନମ୍ଵର ଦିଆନିଆ ହୋଇଥିଲା। ମହିଳା ଜଣକ ସ୍ୱାମୀର ଅଜାଣତରେ ବିଭିନ୍ନ ବାହାନା କରି ଯୁବକ ପାଖକୁ ଯାଇ ଶାରିରୀକ ସମ୍ପର୍କ ରଖୁଥିଲେ। ଯୁବକ ଜଣକ ମଧ୍ୟ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ଭାଇରାଲ କରିବାର ଭୟ ଦେଖାଇ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲା।
ତେବେ ରବିବାର ମହିଳା ଜଣଙ୍କ କଟକ ଯାଇ ଯୁବକଙ୍କ ସହଭେଟିବା ପରେ ରାତିରେ ଯୁବକ ସହିତ ଘରକୁ ଫେରିଥିଲେ। ଘର ଭିତରେ ଉଭୟ କଥାବାର୍ତ୍ତା ହେଉଥିବା ସମୟରେ ପରିବାର ଲୋକେ ବାହାରପଟୁ କବାଟ ବନ୍ଦକରି ଗାଁ ଲୋକଙ୍କୁ ଡାକିଥିଲେ। ଏନେଇ ରାତିସାରା ଗାଁରେ ପଞ୍ଚାୟତ ବସିଥିଲା। ଯୁବକଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ କହିଥିଲେ। ପୋଲିସ ପହଞ୍ଚି ପଞ୍ଚାୟତ ଭିତରେ ବସିଥିବା ମହିଳା ଓ ଯୁବକକୁ ଉଠାଇ ଆଣିବାରୁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଁ ଲୋକେ ପୋଲିସ ଗାଡିକୁ ଛାଡି ନଥିଲେ। ରାତି ପାହିବା ପରେ ପୋଲିସ ବାଧ୍ୟ ହୋଇ ଫେରିଯାଇଥିଲା। ମହିଳା ଜଣକ ସ୍ୱାମୀ ସହିତ ନରହି ପ୍ରେମିକ ପାଖରେ ରହିବ ବୋଲି କହିବା ପରେ ଚୁକ୍ତିନାମା ଲେଖି ଗ୍ରାମବାସୀ ମାନେ ଯୁବକ ଓ ମହିଳାଙ୍କୁ ଛାଡିଥିବା ଜଣା ଯାଇଛି।