କ’ଣ ଜିନତ ଅମାନଙ୍କ ପାଇଁ ଭାରତ ଠାରୁ ହାରିଥିଲା ପାକିସ୍ତାନ : ପାକିସ୍ତାନ କ୍ୟାପଟେନ ଇମରାନ ଖାନ୍ ଓ ଜିନତ ଅମାନଙ୍କ ଲଭଷ୍ଟୋରୀକୁ ନେଇ ଉଠିଥିଲା ଝଡ଼

Published By : Prameya-News7 Bureau | May 08, 2020 IST

ମୁମ୍ବାଇ ୮/୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଜଣେ ପ୍ରସିଦ୍ଧ କ୍ରିକେଟର ରହି ଆସିଛନ୍ତି। କ୍ରିକେଟ ମଇଦାନରେ ତାଙ୍କୁ ଦେଖିବାକୁ ଯୁବତୀଙ୍କ ଲାଇନ୍ ଲାଗିଯାଉଥିଲା। ତାଙ୍କ ମହିଳା ଫ୍ୟାନ୍ ମଧ୍ୟରେ ୭୦ଦଶକର ପ୍ରସିଦ୍ଧ ବଲିଉଡ ହିରୋଇନ୍ ଜିନତ୍ ଅମାନ ଥିଲେ ଯିଏ ତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ।  

{"id":266902,"sizeSlug":"large"}

ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ବଲିଉଡ ଏବଂ କ୍ରିକେଟ ଏକାଠି ହୋଇଛି। ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କୁ ଏକାଠି ଦେଖିବାକୁ ମିଳିଛି। ସେତେବେଳେ ଏ ଦୁଇଜଣଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇଥିଲା। ସତ କ’ଣ ଥିଲା ଏହା କାହାକୁ ଜଣା ନାହିଁ।

{"id":266901,"sizeSlug":"large"}

ଇମରାନ୍ ଖାନ୍ ବହୁତ କମ୍ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୧ମସିହାରେ ସେ ୧୯ବର୍ଷ ବୟସରେ ବର୍ମିଂହାମ୍ ଟେଷ୍ଟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ କ୍ରିକେଟ ଟିମରେ ନିଜ ସ୍ଥାନ ବନାଇବାକୁ ତାଙ୍କୁ ସମୟ ଲାଗିଥିଲା। ୧୯୭୪ମସିହାରେ ଇଂଲଣ୍ଡ ବିପକ୍ଷରେ ସେ ପୁଣି ଥରେ ଫେରିଥିଲେ।

{"id":266903,"sizeSlug":"large"}

 ଇମରାନ୍ ଖାନଙ୍କୁ କ୍ୟାପଟେନ୍ ମୁସ୍ତାକ ମହମ୍ମଦ ଏବଂ ବୋଲର ସରଫରାଜ ନଓ୍ବାଜଙ୍କ ମାର୍ଗଦର୍ଶନରେ ବୋଲିଂ ଶିଖିବାକୁ ମିଳିଥିଲା। ୧୯୭୬-୭୭ମସିହାରେ ଅଷ୍ଟେଲିଆ ଗସ୍ତରେ ଇମରାନ୍ ଖାନ୍ କମାଲ୍ ଦେଖାଇଥିଲେ ଏବଂ ଏହି ସମୟରେ ସେ ସିରିଜର ୧୨ଟି ଓ୍ବିକେଟ୍ ନେଇଥିଲେ। ଅଷ୍ଟେଲିଆରୁ ଫେରିବା ପରେ ଇମରାନ୍ ଖାନଙ୍କ ଚର୍ଚ୍ଚା ଚାରିଆଡ଼େ ହୋଇଥିଲା। ସେ ଜଣେ ହୀରୋ ଭଳି ଖବରକାଗଜରେ ଛପିବାକୁ ଲାଗିଲେ। ଇମରାନ୍ ଖାନ୍ ଅଧିକାଂଶ ସମୟରେ ନାଇଟ୍ କ୍ଲବର ଶୋଭା ବଢ଼ାଉଥିଲେ।

{"id":266905,"sizeSlug":"large"}

ଇମରାନ୍ ଖାନ୍ ପାକିସ୍ତାନର ଦ୍ରୃତ ବୋଲର ଭାବେ ଜଣାଯାଉଥିଲେ। ୧୯୭୯ମସିହାରେ ସେ ଭାରତ ଗସ୍ତ କରିଥିଲେ। ଇମରାନ୍ ଖାନଙ୍କୁ ଖବରକାଗଜରେ ପ୍ଲେବୟ ଭାବେ ସମ୍ବୋଧିତ କରାଯାଉଥିଲା। ସେହି ବର୍ଷ ସେ ନିଜ ୨୭ତମ ଜନ୍ମଦିନ ସେଲିବ୍ରେଟ୍ କରିଥିଲେ। ଇମରାନ୍ ଖାନ୍ ବେଙ୍ଗାଲୁରୁର କ୍ରିକେଟ ଷ୍ଟାଡିୟମରେ ଡ୍ରେସିଂ ରୁମରେ ନିଜ କ୍ରିକେଟ ସାଥୀଙ୍କ ନିଜ ଜନ୍ମଦିନ ପାଳନ କରିଥିଲେ। ଅନେକ ଭାରତୀୟ ଖବରକାଗଜ ଏହା ଦାବି କରିଥିଲେ ଯେ ସେହି ସମୟରେ ଡ୍ରେସିଂ ରୁମରେ ଜିନତ୍ ଅମାନ ମଧ୍ୟ ଉପସ୍ଥିତ ରହୁଥିଲେ।

{"id":266906,"sizeSlug":"large"}

ଇମରାନ ଖାନଙ୍କ ପରଫରମାନ୍ସ ଭଲ ନଥିଲା। ପାକିସ୍ତାନୀ ଉର୍ଦ୍ଦୁ ଖବରକାଗଜ ଏହି ପରାଜୟ ପାଇଁ ସିଧାସଳଖ ଇମରାନ୍ ଖାନ୍ ଏବଂ ଜିନତ ଅମାନଙ୍କୁ ଦାୟୀ କରିଥିଲା। ସେ ଭାରତ ଗସ୍ତ ସମୟରେ ପାର୍ଟି କିମ୍ବା ନାଇଟ୍ କ୍ଲବକୁ ଯାଉନଥିଲେ ବରଂ ଅଷ୍ଟେଲିଆ-ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ନାଇଟକ୍ଲବରେ ଦେଖିବାକୁ ମିଳୁଥିଲା।

{"id":266907,"sizeSlug":"large"}

ଦୀର୍ଘ ବର୍ଷ ପରେ ଯେତେବେଳେ ଲେଖିକା ଶୋଭା ଦେ ଜିନତ ଅମାନଙ୍କୁ ଇମରାନ ଖାନଙ୍କ ସହ ଆଫେୟାର ବିଷୟରେ ଜାଣିବାକୁ ଚାହିଁଥିଲେ ସେତେବେଳେ ଜିନତ ଇମରାନଙ୍କୁ ଅହଙ୍କାରୀ ବୋଲି କହିଥିଲେ।

{"id":266908,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.