ପୁଣି ସୀମା ପାର୍ ଲଭଷ୍ଟୋରୀ, ପ୍ରେମ ହେଲା ବାଂଲାଦେଶରେ; ପ୍ରେମିକକୁ ଖୋଜି ଖୋଜି ବାଲେଶ୍ଵର ପହଞ୍ଚିଲେ ପ୍ରେମିକା, ଆଉ ତା ପରେ...

Published By : Prameya-News7 Bureau | December 04, 2023 IST

ବାଲେଶ୍ଵର: ସୀମା ହାଇଦର ପ୍ରେମ କାହାଣୀଠୁ ଇଏ କିଛି ବି କମ୍ ନୁହେଁ। ପ୍ରେମିକ ସଚିନଙ୍କୁ ପାଇବାକୁ ସୀମା ପାକିସ୍ତାନ ସୀମା ଡେଇଁ ଚାଲି ଆସିଥିଲେ ଭାରତକୁ। ଏବେ ଓଡ଼ିଶାରେ ଦେଖିବାକୁ ମିଳିଛି ସମାନ କାହାଣୀ।ସମାନ ଷ୍ଟୋରୀ। ପ୍ରେମିକକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଛନ୍ତି ବାଂଲେଦାଶୀ ଯୁବତୀ ।

ପୁଣି ସୀମା ପାର୍ ଲଭଷ୍ଟୋରୀ । ପୁଣି ବର୍ଡର ପାର୍ କଲେ ଯୁବତୀ। ବାଂଲାଦେଶରୁ ବାଲେଶ୍ବର। ପ୍ରେମିକକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଛନ୍ତି ବାଂଲାଦେଶୀ ଯୁବତୀ। କାରଣ ୫ ବର୍ଷ ଏକାଠି ରହିବା ପରେ ଧୋକ୍କା ଦେଇଛି ପ୍ରେମିକ। ବର୍ଷେ ହେଲା ପତ୍ତା ମିଳୁନି। ପ୍ରେମିକକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଥିବା ଏହି ବାଂଲାଦେଶୀ ଝିଅଙ୍କ ନାଁ ରୁମା ମାରିୟମ୍‌। ତାଙ୍କ କହିବାନୁଯାୟୀ ଓଡିଆ ପୁଅ ବୀରେନ୍ଦ୍ର ପ୍ରତାପ ଭଂଜ ଓରଫ ରାଜ ତାଙ୍କ ସ୍ବାମୀ। ତାଙ୍କ ଘର ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଂଚଳରେ। ଏବେ ସେ ଆଉ ଜଣଙ୍କୁ ବିବାହ କରିବା ପରେ ରୁମା ଧାଇଁ ଆସିଛନ୍ତି ବାଲେଶ୍ବର। କହିଛନ୍ତି, ସ୍ବାମୀ ଯାହାକୁ ବାହା ହୁଅନ୍ତୁ ମୋର ଆପତ୍ତି ନାହିଁ। କିନ୍ତୁ ମୁଁ ମୋ ସ୍ବାମୀଙ୍କ ପାଖରେ ରହିବି।

{"id":878712,"sizeSlug":"large","linkDestination":"none"}

୨୦୧୮ରେ ଫେସ୍ ବୁକ୍‌ରୁ ରୁମାଙ୍କ ସହ ରାଜଙ୍କ ଗଢି ଉଠିଥିଲା ପ୍ରେମ ସଂପର୍କ। ପ୍ରେମ ଅଧିକ ନିବିଡ ହେବାରୁ ରାଜ ପହଞ୍ଚିଯାଇଥିଲେ ବାଂଲାଦେଶରେ। ସେଠାରେ ଏକ ମସଜିଦରେ ମୁସ୍‌ଲିମ ପ୍ରଥା ଅନୁସାରେ ଦୁହଁ ବିବାହ କରିଥିଲେ। ରୁମାଙ୍କ ସହ ୫ ବର୍ଷ ଏକାଠି ବିତାଇଛନ୍ତି ବୀରେନ୍ଦ୍ର । ବର୍ଷକ ତଳେ ଘରକୁ ଆସି ଆଉ ଫେରିନଥିଲେ ରୁମାଙ୍କ ପାଖକୁ। ଏମିତିକି ରୁମାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ ବୀରେନ୍ଦ୍ର । ଏବେ ପତ୍ନୀର ପରିଚୟ ପାଇଁ ବିବାହ ସଂକ୍ରାନ୍ତୀୟ ସମସ୍ତ ପ୍ରମାଣପତ୍ର, ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଏକାଠି କରି ରୁମା ପହଞ୍ଚିଛନ୍ତି ଭାରତରେ। ବାଲେଶ୍ବରରେ ଡେରା ପକାଇଛନ୍ତି । ନ୍ୟାୟ ପାଇଁ ଆଇନର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଦୀଘାରୁ କମର୍ଦ୍ଦା ଆଉ ବାଲେଶ୍ବର ଧାଉଁଛନ୍ତି।

{"id":878713,"sizeSlug":"full","linkDestination":"none"}

ବାଲେଶ୍ଵର ପୋଲିସ ରୁମାଙ୍କୁ ୱାନ ଷ୍ଟପ ସେଣ୍ଟରରେ ରଖିଛି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଆସି ରୁମାଙ୍କୁ ଏକ ଘଣ୍ଟା କଳା ପଚାର ଉଚୁରା କରି ଫେରିଛନ୍ତି । ନ୍ୟାୟ ନପାଇବା ପର୍ଯ୍ୟନ୍ତ ବାଂଲାଦେଶ ଫେରିବେ ନାହିଁ ବୋଲି ରୁମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.