ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ : ନା ମାନେ ନା

Published By : Prameya-News7 Bureau | May 08, 2018 IST

ଯାଜପୁର ଜିଲ୍ଲା ଦେବିଦ୍ୱାର ଅଂଚଳରୁ ଆସିଛି ଅଭିଯୋଗ | ଏବେ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି | ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର ଲୋକ | ପ୍ରଥମ ଦେଖାରେ ପ୍ରେମ | ସମ୍ପର୍କ ନିବିଡ ହେବା ପରେ ସାରା ଜୀବନ ଜୀବନସାଥୀ ହୋଇ ରହିବାର ସଂକଳ୍ପ | ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ନେଇ ଫେରାର ହେବା ପରେ ପ୍ରତାରଣା ଦେଇଛି ପ୍ରେମିକ | କିଛି ଦିନ ବାହାରେ ରହିବା ପରେ ଯୁବତୀଙ୍କୁ ବାପା ଘରେ ଛାଡି ଫେରାର ହେଇଯାଇଛି ପ୍ରେମିକ | ଯାଜପୁର ମଲ୍ଲିକାପୁର ଗାଁର ଯୁବକ ଠକୁଆ ଜେନାଙ୍କ ନାଁରେ ଆସିଛି ପ୍ରତାରଣା ଅଭିଯୋଗ | ଘଟଣାର ସମାଧାନ ପାଇଁ ଝିଅ ଘର ଲୋକ ପୁଅ ଘରକୁ ଯାଇଥିଲେ ହେଲେ ପୁଅ ଘର ଲୋକ ଝିଅକୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ | ନିରାଶ ହୋଇ ପ୍ରେମିକା ଏବେ ଯାଜପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି | ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.