ଲଭ୍‌-ସେକ୍ସ-ଧୋକା: ବିଚ୍‌ ରାସ୍ତା​‌ରେ ପ୍ରେମିକକୁ ଖଣ୍ଡାରେ ହାଣି ହତ୍ୟା କଲା ପ୍ରେମିକା, ପୋଲିସ ଆଗ​‌ରେ କଲା ଆତ୍ମସମର୍ପଣ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨/୦୧: ଲଭ୍‌ ସେକ୍ସ ଓ ଧୋକା। ଏମିତି କାହାଣୀ ସବୁ ବେଳେ ଶୁଣିବାକୁ ମିଳେ। କିନ୍ତୁ ଧୋକା ପରେ ପ୍ରତିଶୋଧ ହୁଏତ କମ୍‌ ଣୁଣିବାକୁ ମିଳେ । ପ୍ରେମିକ ଧୋକା ଦେବା ପରେ ରାଗରେ ଜର୍ଜରିତ ପ୍ରେମିକା ନେଲା ପ୍ରତିଶୋଧ। ବିଚ ରାସ୍ତାରେ ପ୍ରେମିକକୁ ଖଣ୍ଡାରେ ହାଣି କଲା ହତ୍ୟା। ଏଭଳି ଏକ ଲୋମଟାଙ୍କୁରା ଘଟଣା ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଅନ୍ତର୍ଗତ କୋବୁରରେ ଘଟିଛି। ଦେଖଣାହାରୀ ଏହାକୁ ଏକ କାଳ୍ପନିକ ଘଟଣା ବୋଲି କହିଛନ୍ତି।

କୋବୁର ଓ କପାବାରମ ଗାଁ ମଝିରେ ଥିବା ରାସ୍ତାରେ ଘଟିଛି ଏହି ଘଟଣା। ପ୍ରେମିକା ଖଣ୍ଡାରେ ହାଣି ପ୍ରେମିକକୁ ହତ୍ୟା କରିଛି। ଗହଳି ଭିତରେ ପ୍ରେମିକାର ଏଭଳି ଉନ୍ମତକାଣ୍ଡ ସାଧାରଣରେ ଭୟ ଖେଳାଇ ଦେଇଥିଲା। ହତ୍ୟା କରିବା ପରେ ଯୁବତୀଜଣଙ୍କ ଫୋନରେ କଥା ହୋଇଥିଲେ। ଏପରିକି ପୋଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ମୃତକଜଣଙ୍କ ୨୨ ବର୍ଷୀୟ ଟାଟାଜୀ ନାୟିଡୁ ବୋଲି ଚିହ୍ନଟ ହୋଇଥିବା ବେଳେ ଯୁବତୀ ୨୧ ବର୍ଷୀୟ ପାବନୀ ବୋଲି ଜଣାପଡ଼ିଛି। ପୋଲିସର କହିବା ଅନୁଯାୟୀ, ଏମାନେ ପରଷ୍ପରକୁ ଭଲ ପାଉଥିଲେ। ଇଣ୍ଟରମିଡିଏଟରୁ ଭଲ ପାଉଥିବା ବେଳେ ଏମାନେ ଳିଭ୍‌ ଇନ୍‌ରେ ବି ରହୁଥିଲେ। କିନ୍ତୁ ଯୁବକ ଜଣଙ୍କ ଧିରେଧିରେ ଯୁବତୀଙ୍କ ସହ କଥାବାର୍ତ୍ତା ବନ୍ଦ କରିବା ସହ ବାହା ହେବାକୁ ବି ରାଜି ହୋଇନଥିଲେ। ଏପରିକି ମଝିରେ ମଝିରେ ଯୁବତୀଙ୍କୁ ଟଙ୍କା ମାଗୁଥିଲେ ଯୁବକ।

ଏଥିରେ ଅତିଷ୍ଠ ହୋଇ ଯୁବତୀ ପ୍ରେମିକକୁ ରାସ୍ତାରୁ ସଫା କରିବାକୁ ଯୋଜନା କଲେ। ପରେ ପ୍ରେମିକକୁ ହାଣି ହତ୍ୟା କଲେ ଯୁବତୀ। ତେବେ ମୃତଦେହ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇବା ସହ ଯୁବତୀଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.