ଯୁବ ରାଜନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପ୍ରେମ କଲେ ଇଜ୍ଜତ ଲୁଟିଲେ, ଏବେ ଠକିଲେ; ଥାନାରେ ପ୍ରେମିକା

Published By : Prameya-News7 Bureau | June 30, 2022 IST

ଦେବଗଡ଼, ୩୦/୦୬: ସମାଜରେ ଯୁବପୀଢି ଭଲ ପାଇବାର ନାଟକ କରି ଶାରୀରିକ ସମ୍ୱନ୍ଧ ରଖିବା ପରେ ଧୋକା ଦେବା ଖବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଏକ ଘଟଣାକୁ ନେଇ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏନେଇ ଭୁବନେଶ୍ଵରର ଏକ ବେସରକାରୀ ସଂସ୍ଥାରେ ପାର୍ଟ ଟାଇମ୍ କାର୍ଯ୍ୟରତ ଜଣେ ଛାତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଦୁଇ ବର୍ଷ ତଳେ ଭୁବନେଶ୍ଵରରେ ହଷ୍ଟେଲରେ ରହି ପାଠ ପଢୁଥିବା ସଂପୃକ୍ତ ଛାତ୍ରୀଙ୍କ ସହ ତତ୍କାଳୀନ ଦେବଗଡ ଜିଲ୍ଲାର ଏକ ଜାତୀୟ ଦଳର ସଭାପତି ଅମିତ କୁମାର ରଣଜିତଙ୍କ ଫେସବୁକରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସଂପୃକ୍ତ ଛାତ୍ରୀ ଜଣକ ପରବର୍ତ୍ତୀ ସମୟରେ ପାର୍ଟ ଟାଇମ୍ ଜବ୍‌ କରିବା ସହ ପାଠ ପଢୁଥିବା ବେଳେ ଅମିତ ତାଙ୍କୁ ହଷ୍ଟେଲରୁ ଆଣି ନୟାପଲ୍ଲୀ ବେହେରା ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ସ୍ବାମୀ ଏବଂ ସ୍ତ୍ରୀ ଭାବରେ ରହିଥିଲେ । ଉଭୟ ୨୦୨୧ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ଭୁବନେଶ୍ଵରର ସତ୍ୟ ବିହାର ମନ୍ଦିରରେ ବିବାହ କରିଥିଲେ ।

wp:embed {"url":"https://youtu.be/8w1Cz2muUIc","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/8w1Cz2muUIc
/wp:embed

ଏହି ସମୟରେ ଅମିତ ସଂପୃକ୍ତ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ତାଙ୍କ ପାଖରୁ ବିଭିନ୍ନ କିସ୍ତିରେ ତିନି ଲକ୍ଷ ଟଙ୍କା, ସୁନା ଚେନ, ଦୁଇଟି ସୁନା ମୁଦି ଉପହାର ଆକାରରେ ନେଇଥିଲେ । ପରବର୍ତ୍ତୀ ସମୟରେ ଅମିତ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିବା ସହ ଅଭିଯୋଗକାରୀଣୀଙ୍କୁ ଧୋକା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅମିତ ଭୁବନେଶ୍ଵରରୁ ଚାଲିଆସିଥିବା ବେଳେ ଆଉ ଛାତ୍ରୀଙ୍କ ଫୋନ କଲ ଉଠାଉ ନାହାନ୍ତି । ଏନେଇ ଜୁନ୍ ୨୩ ତାରିଖରେ ସଂପୃକ୍ତ ଯୁବତୀ ଭୁବନେଶ୍ଵରରୁ ଅମିତଙ୍କ ଘର ଦେବଗଡ଼କୁ ଯାଇଥିବା ବେଳେ ତାଙ୍କ ପରିବାର ଯୁବତୀଙ୍କୁ ଧମକ ଚମକ ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ସେହିଦିନଠାରୁ  ଦେବଗଡ ଆଦର୍ଶ ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ପୋଲିସ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଗୁରୁବାର ସେ ଏସପିଙ୍କୁ ଭେଟି ଅଭିଯୋଗ କଲାପରେ ଥାନା ପକ୍ଷରୁ ଏତଲା ରଖାଯାଇଛି ବୋଲି ସଂପୃକ୍ତ ଛାତ୍ରୀ ଅଭିଯୋଗ କରିଛନ୍ତି ।  ତେବେ ସଂପୃକ୍ତ ଛାତ୍ରୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଦେବଗଡ ଆଦର୍ଶ ଥାନାରେ ଏକ ମାମଲା କେଶ ନଂ ୫୦୮ ଦଫା ୩୭୬ (୨) (n), ୩୧୩, ୪୨୦, ୨୯୪, ୫୦୬ ଆଇପିସି ଅନୁଯାୟୀ ରୁଜୁ କରାଯାଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଏହି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସଂପୃକ୍ତ ଯୁବକ ଫେରାର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.