ସହିଦ ବାପାଙ୍କ ପ୍ରତିମୃତ୍ତିକୁ ଜାବୁଡି ଧରିଛି ଝିଅ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | December 15, 2019 IST

ମାଲକାନଗିରି ୧୫।୧୨: ବାପା କଣ ଜାଣେନି । ବାପାଙ୍କ ସ୍ନେହ କଣ ତାହା ବି ଜାଣେନି । କିନ୍ତୁ  ବାପାଙ୍କ ପ୍ରତିମୂର୍ତ୍ତିକୁ ଜାବୁଡି ଧରୁଛି କୁନି ଝିଅ । ଏଭଳି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।   

{"id":198052,"sizeSlug":"large"}

ସୂଚନାଯୋଗ୍ୟ ଯେ, ଛତିଶଗଡ ନାରାୟଣପୁର ଜିଲ୍ଲାର ଘନାଡବାରି ଗାଁରେ ସହିଦ ମୂଲଚାନ୍ଦ କୁଆଁରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ସବ୍ ଇନିସପେକ୍ଟର ମୂଲଚାନ୍ଦ ୨୦୧୮ ଜାନୁୟାରୀ ୨୪ରେ ସହିଦ ହୋଇଥିଲେ । ନାରାୟଣପୁର ଜଙ୍ଗଲରେ ନକ୍ସଲ ଓ ଯବାନ ମୁହାଁମୁହିଁ ହୋଇଥିବା ବେଳେ ସହିଦ ହୋଇଯାଇଥିଲେ ମୂଲଚାନ୍ଦ । ସେତେବେଳେ ଗର୍ଭବତୀ ଥିଲେ ତାଙ୍କ ପତ୍ନୀ । ଏବେ ଝିଅ ସହ ବାପାଙ୍କ ଜନ୍ମ ଦିନ ଅବସରରେ ସେଠାରେ ପରିବାର ବର୍ଗ ଏକାଠି ହୋଇଥିଲେ । ପିଲାଟିକୁ ସେ ତାର ବାପା ବୋଲି ଚିହ୍ନାଇ ଦିଆଯାଇଥିଲା, ପରେ ବାପାଙ୍କ ପ୍ରତିମୃତ୍ତିକୁ ସ୍ନେହରେ ଜାବୁଡି ଧରିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ନିଜ ବାପାଙ୍କ ପ୍ରତିମୂତ୍ତିକୁ ଗେଲ କରିବା ସହ ମିଠା ମଧ୍ୟ ଖୁଆଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।  ଆସନ୍ତୁ ଦେଖିବା କେମିତି ରହିଛି ବାପା ଓ ଝିଅଙ୍କ ମଧୁର ସମ୍ପର୍କ

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.