ଲାଉଡସ୍ପିକରରେ ଅଜାନ ଦ୍ୱାରା କାହାରି ମୌଳିକ ଅଧିକାର ହନନ ହେଉନାହିଁ- କର୍ଣ୍ଣାଟକ ହାଇକୋର୍ଟ

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ, ୨୩|୦୮:କର୍ଣ୍ଣାଟକ ହାଇକୋର୍ଟ ସୋମବାର ମସଜିଦରେ ଅଜାନ ସମୟରେ ଲାଉଡସ୍ପିକର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି ଯେ, ଲାଉଡସ୍ପିକରରେ ଅଜାନ ବେଳେ ଅନ୍ୟ ଧର୍ମର ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଏହାସହ ଲାଉସ୍ପିକର ଉପରେ ରୋକ୍ ଲଗାଇବା ନେଇ ଆଦେଶ ଦେବାକୁ ମନା କରିଦେଇଛନ୍ତି କୋର୍ଟ । ତେବେ ଅଦାଲତ ଅଧିକାରୀଙ୍କୁ ବାୟୁ ପ୍ରଦୂଷଣ ନିୟମକୁ କଡାକଡି ପାଳନ କରିବା ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ଅଜାନ ବେଳେ ଲାଉଡସ୍ପିକର ଉପରେ ରୋକ୍ ନେଇ କୋର୍ଟରେ ବାଙ୍ଗାଲୋରର ମଞ୍ଜୁନାଥ ଏସ ହଲାବର ଏକ ପିଆଇଏଲ ଆବେଦନ କରିଥିଲେ । ତେବେ ମାମଲାର ଶୁଣାଣି ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆଲୋକ ଅରାଧେଙ୍କ ନେତୃତ୍ୱରେ କହିଥିଲେ ଯେ, ଅଜାନ ହେଉଛି ମୁସଲିମଙ୍କ ଧାର୍ମିକ ପ୍ରଥା । କିନ୍ତୁ ଏହାର ଶବ୍ଦ ଅନ୍ୟ ଧର୍ମାବଲମ୍ବୀଙ୍କୁ ସମସ୍ୟାରେ ପକାଉଛି । ଭାରତୀୟ ସମ୍ବିଧାନର ଧାରା ୨୫ ଓ ୨୬(୧)ରେ ଯେକେହି ନିଜ ଧର୍ମର ପ୍ରଚାର ପ୍ରସାର କରିପାରିବ । ତେବେ ଏହା ସ୍ୱତନ୍ତ୍ର ଅଧିକାରୀ ନ ହେଲେ ବି ସମ୍ବିଧାନର ଭାଗ ୩ରେ ଆସୁଥିବା ପ୍ରତିବନ୍ଧକର ଅଧିନରେ ରହିଛି ।

କୋର୍ଟ ଆହୁରି କହିଥିଲେ ଯେ, ଅଜାନର ଶବ୍ଦ ଅନ୍ୟ ଧର୍ମ କିମ୍ବା ଆବେଦନକାରୀଙ୍କ ପାଇଁ ସମସ୍ୟା କରୁଥିବା କୁହାଯାଉଛି ।  ମୌଳିକ ଅଧିକାର ହନନ ନେଇ ମଧ୍ୟ କେହିକେହି କହୁଛନ୍ତି ।  କିନ୍ତୁ ଏହି ତର୍କ ଆଉ କାହାରି ମୌଳିକ ଅଧିକାର ହନନ ନେଇ ପ୍ରମାଣିତ କରୁନାହିଁ ବୋଲି କୋର୍ଟ କହିଥିଲେ । ଏହାସହ ଅଜାନ ବେଳେ ଲାଉଡସ୍ପିକର ହଟାଇବା ନେଇ ଆଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.