ଭୁବନେଶ୍ବର ଦୁର୍ଗାପୂଜା : ପଦ୍ମଫୁଲ ମାଳର ଦାମ୍ ୨ହଜାର ଟଙ୍କା

Published By : Prameya-News7 Bureau | October 18, 2018 IST

ଭୁବନେଶ୍ବର ୧୮|୧୦: ଦୁର୍ଗା ମାଙ୍କୁ କିଏ କଣ କେତେ କଥା ଯାଚୁଛି ଓ ମନାସୁଛି । କିନ୍ତୁ ଯିଏ ଜାଣିଛି ସିଏ ପଦ୍ମଫୁଲର ହାରଟିଏ ଦେଇ ଶରଣ ପଶୁଛି । ବି​ଶେଷ କରି ଦଶହରା ଆସିଲେ ମା ମଣ୍ଡପରେ ପୂଜା ପାଉଥିବା ବେଳେ ପଦ୍ନଫୁଲର ହାର ଦେଲେ ମାନସିକ ପୂରଣ ହେ।ଇଥାଏ ବେ।ଲି ବିଶ୍ବାସ ରହିଛି । ତେବେ ଏଥର ତିତଲି ଯେ।ଗୁଁ ପଦ୍ମଫୁଲ ପୂରା କମ୍ ଆସିଛି ଫୁଲ ବଜାରକୁ । ତେଣୁ ଗେ।ଟିଏ ହାରକୁ ୨ ହଜାର ଟଙ୍କା ବିକ୍ରି ହେଉଥିବା ବେଳେ ଗେ।ଟା କେ।ଡ଼ିଏରେ କିଣୁଛନ୍ତି ଶ୍ରଦ୍ଧାଳୁ । ମାଙ୍କ ପୂଜାଲାଗି ପଦ୍ମଫୁଲ କିଣୁଛନ୍ତି ଶ୍ରଦ୍ଧାଳୁ । କାରଣ ମା ଭଗବତୀ ଏହାକୁ ଭାରି ପସନ୍ଦ କରନ୍ତି । ଏମିତିରେ ପତ୍ର ପୁଷ୍ପ ଫଳ ଓ ଭକ୍ତି ଦ୍ବାରା ମାଙ୍କ କରୁଣା ପ୍ରାପ୍ତ ହେ।ଇଥାଏ । କିନ୍ତୁ ମାଆଙ୍କ ମଣ୍ଡପରେ ପୂଜା ପାଉଥିବା ବେଳେ ଯିଏ ୧୦୮ ପାଖୁଡ଼ା ଗେ।ଟାଏ ପଦ୍ମଫୁଲ କିମ୍ବା ୧୦୮ ଟି ପଦ୍ମରେ ତିଆରି ହାରଟିଏ ଅର୍ପଣ କଲେ ମାଙ୍କ ଖୁସି ହେ।ଇ ଆର୍ଶିବାଦ ଅଜାଡ଼ି ଦିଅନ୍ତି ବେ।ଲି ବିଶ୍ବାସ ରହିଛି । ତେଣୁ ମା ମଣ୍ଡପରେ ଥିବା ଯାଏ ମାଙ୍କୁ ପଦ୍ମଫୁଲ ଦେଇ ମନ କିଶିବାକୁ ଶ୍ରଦ୍ଧାଳୁ ମାନେ ଚାହିଁ ବସିଥିଲେ । ଲିଙ୍ଗରାଜ ଫୁଲ ବଜାରରେ ପଦ୍ମଫୁଲ ମିଳିବା ଏବେ ମୁସ୍କିଲ । ଗେ।ଟିଏ ଫୁଲ କୁ ୨୦ଟଙ୍କା ରେ ବିକ୍ରି କରୁଛନ୍ତି ଦେ।କାନୀ । ଆଉ ୧୦୮ ଟି ଫୁଲର ଗେ।ଟିଏ ହାରକୁ ୨ ହଜାର ଟଙ୍କାରେ ବିକ୍ରି ଚାଲିଛି । ଗତବର୍ଷ ପାଗ ଭଲ ଥିବ।ରୁ ଗେ।ଟିଏ ଫୁଲକୁ ୫ ରୁ ୬ ଟଙ୍କା ରେ ବିକ୍ରି ହେଉଥିଲା । କିନ୍ତୁ ତିତଲି ଏବଂ ଖରାପ ପାଣିପାଗ ପାଇଁ ଫୁଲ ନଷ୍ଟ ହେ।ଇ ଯାଇଥିବାରୁ ଫୁଲର ଦର ବଢି ଯାଇଛି । ଫୁଲ ଅଭାବ ଥିବାରୁ ବାଧ୍ୟହେ।ଇ ଅଗ୍ରୀମ ରଖୁନାହାନ୍ତି ଦେ।କାନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.