ବାରିପଦା ୧୦।୭: ବାରିପଦାରେ ବେଧଡକ ଚାଲିଥିବା ବେଆଇନ ଲଟେରୀ ଖେଳ ଉପରେ ପୋଲିସର ଚଢାଉ । ମାତ୍ର ୬ଟଙ୍କାରେ କୋଟିପତି ହେବାର ସ୍ଵପ୍ନ ଦେଖାଇ ଗରିବ ଖଟିଖିଆ ଆଦିବାସୀ ଲୋକଙ୍କ ଟଙ୍କା ଲୁଟ୍ କରି ଚାଲିଥିଲେ ଏହି ଲଟେରୀ ବିକାଳୀ । ଦୀର୍ଘ ଦିନ ଧରି ବାରିପଦା ସହରର ଭାରତ ମେଡିକାଲ ଛକ, ଷ୍ଟେସନ ବଜାର, ଲାଲବଜାର, ଦାରଗାଢ଼ଇ ଗୋଲେଇ ଏବଂ ବାଘରା ରୋଡ଼ ଭଳି ସ୍ଥାନରେ ଏହି ବେଆଇନ ଲଟେରୀ ଟିକେଟ୍ ବିକ୍ରି ଚାଲିଥିଲା ।
{"id":478555,"width":752,"height":414,"sizeSlug":"large","linkDestination":"none"}ତେବେ ଖବର ପ୍ରକାଶ ପାଇବା ପରେ ବାରିପଦା ଟାଉନ ପୋଲିସ ୪ ଜଣ ଲଟେରୀ ବିକାଳୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ଲଟେରୀ ଟିକେଟ୍ ଏବଂ ୭ ହଜାର ୪ ଶହ ଟଙ୍କା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ହେଲେ ପୂର୍ବରୁ ମଧ୍ୟ ଏହି ଟିକେଟ୍ ଭେଣ୍ଡରମାନେ ଜେଲ୍ ଯାଇଥିଲେ ମଧ୍ୟ ଅଳ୍ପଦିନରେ ବେଲ୍ ପାଇ ବାହାରକୁ ଆସି ପୁଣି କାରବାର ଆରମ୍ଭ କରିବାର ଦେଖାଯାଇଛି । ଏଥର ପୋଲିସ କିଭଳିଆ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା କଥା । ତେବେ ଏହି ୪ ସମେତ ଅନ୍ୟ ଯେଉଁମାନେ ଘଟଣାରେ ଜଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି କହିଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ।