ଲୋରିଆ କରିବେ ଆଇପିଏଲ୍ରେ ଓଡିଆ କମେଣ୍ଟ୍ରି, ମୋବାଇଲ ଆପ୍ରେ ମଜା ଉଠାଇବେ କ୍ରିକେଟପ୍ରେମୀ
27/03/2023 at 9:28 AM

କଟକ୨୬।୦୩: ପ୍ରଥମ ଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ରିକେଟ ବିଶାରଦମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ହେବ । ଯାହାକୁ ପରିଚାଳନା କରିବେ କଟକର ଝିଅ ଲୋରିଆ ମହାନ୍ତି ।
ବିଡ଼ାନାସୀ ଅଞ୍ଚଳର ଲୋରିଆ ସୋମବାର ମୁମ୍ୱାଇ ଅଭିମୁଖେ ଯାତ୍ରା କରିବେ । ପ୍ରକାଶ ଯୋଗ୍ୟ, ଟେଲିଭିଜନ ଦୁନିଆରେ ଲୋରିଆ ଜଣେ ପରିଚିତ ଚେହେରା । ଘୋଷକ ଭାବେ ୧୦ବର୍ଷରୁ ଅଧିକ ଦିନର ଅଭିଜ୍ଞତା ରହିଛି । ପିତା ଗୋପୀନାଥ ମହାନ୍ତି ଓ ମା’ ମୀରାରାଣୀ ମହାନ୍ତିଙ୍କ ଝିଅ ଲୋରିଆଙ୍କୁ ଆଇପିଏଲରେ କାର୍ଯ୍ୟକ୍ରମ ସଂଯୋଜନା କରିବା ନିମନ୍ତେ ଚୟନ କରାଯାଇଛି । ମନୋରଞ୍ଜନ ଦୁନିଆରେ ଦୀର୍ଘବର୍ଷ ହେବ ସେ ମଞ୍ଚ ପରିଚାଳନା କରୁଛନ୍ତି। ‘କ୍ରିକେଟ ମହାକୁମ୍ଭରେ ବିଶେଷଜ୍ଞମାନଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି