ସମୁଦ୍ର ତଳେ ଶିବ ମନ୍ଦିର :ଜାଣନ୍ତୁ କେଉଁଠି, ପୂରଣ ହୋଇଥାଏ ସମସ୍ତ ମନସ୍କାମନା
16/02/2020 at 9:10 AM

ବାଲି ୧୫/୧୦: ବିଶ୍ବରେ ଏପରି ଅନେକ ଦେଶ ରହିଛି ଯେଉଁଠି ଅନେକ ରହସ୍ୟ ଲୁଚି ରହିଛି। ଯାହା ବିଷୟରେ ଆଜିବି ଲୋକେ ଜାଣି ପାରିନାହାନ୍ତି। ଏହି ରହସ୍ୟମୟ ଜିନିଷ ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବା ଯାହା ସତରେ ଏକ ଆଶ୍ଚର୍ଯ୍ୟକର ଜିନିଷ।

ଆପଣ ଆଜି ଯାଏଁ ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବୁ ଯାହା ସମୁଦ୍ର ଭିତରେ ଥିବା ପାଣିରେ ହୋଇଛି।

ପ୍ରକୃତରେ ଏହି ମନ୍ଦିର ଇଣ୍ଡୋନେସିଆର ବାଲି ଦ୍ବୀପରେ ରହିଛି। ଏହି ମନ୍ଦିର ବିଷୟରେ କୁହାଯାଏ ଯେ ଏହା ଏକ ଅତ୍ୟନ୍ତ ଚମତ୍କାର ମନ୍ଦିର। ଏଠାରେ ମନୁଷ୍ୟର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ମନ୍ଦିରକୁ ଦେଖିବା ପାଇଁ ବିଶ୍ବରୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି। ଏହି ମନ୍ଦିର ମାଟିତଳୁ ପାଖାପାଖି ୯୦ଫୁଟ ତଳେ ରହିଛି। ଏହି ମନ୍ଦିର ଆଜି ମଧ୍ୟ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟ ହୋଇ ରହିଛି।

ଆହୁରି ମଧ୍ୟ କୁହାଯାଏ ଯେ ଏହା ଦୀର୍ଘ ଦିନର ପୁରୁଣା ମନ୍ଦିର। ଏହା ଭଗବାନଙ୍କୁ ସମର୍ପିତ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ରହିଛି। ଏହି ମୂର୍ତ୍ତି ୫୦୦୦ବର୍ଷ ତଳର।

ପର୍ଯ୍ୟଟକ ପହଁରି ପହଁରି ଏହି ମନ୍ଦିରକୁ ଯାଇଥାଆନ୍ତି। ଏହା ଏକ ଭଗ୍ନସ୍ତୂପ ଭଳି ଦେଖାଯାଇଥାଏ। ଏହା ଆଗକାଳର ଦ୍ବାରକା ପୁରୀ ମଧ୍ୟ ହୋଇପାରେ।
