ପହଣ୍ଡିବେଳେ ରଥ ଉପରୁ ଖସିପଡିଲେ କାଳିଆ ଠାକୁର, ଭିଡିଓ ଭାଇରାଲ…
6/07/2022 at 8:34 AM

ବଲାଙ୍ଗୀର ୦୬/୦୭: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଆଧିନସ୍ଥ ଜରାସିଂହା ଗ୍ରାମରେ ଶନିବାର ଦିନ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଗାଁରେ ରଥଯାତ୍ରା ଚାଲିଥିବା ବେଳେ କାଳିଆ ଠାକୁର ମାଉସୀ ଘରକୁ ପହଞ୍ଚି ରଥରୁ ଓହ୍ଲାଉଥିବା ସମୟରେ ରଥ ଉପରୁ ତଳକୁ ଖସି ପଡିଛନ୍ତି ।
ପହଣ୍ଡିବେଳେ ରଥ ଉପରୁ ଖସିପଡିଲେ କାଳିଆ ଠାକୁର, ଭିଡିଓ ଭାଇରାଲ… pic.twitter.com/B7zuxKO2zE
— Prameya News7 (@NEWS7Odia) July 6, 2022
ପ୍ରଭୁଙ୍କ ସହିତ କିଛି ସେବାୟତ ମଧ୍ୟ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ହୋଇନଥିଲେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଞ୍ଚଳ ପାଇଁ ଏହା ଏକ ଅଶୁଭ ସଂକେତ ବୋଲି ଲୋକେ ଆଲୋଚନା କରୁଛନ୍ତି ।