ନୀଳକନ୍ଦରରେ ନୀଳାଦ୍ରିନାଥ, ଶ୍ରୀମନ୍ଦିରରେ ନୀତିକାନ୍ତି ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅଭଡ଼ା

Published By : Prameya-News7 Bureau | July 24, 2021 IST

ପୁରୀ ୨୪/୭: ୨୯ ଦିନ ପରେ ରତ୍ନବେଦିକୁ ଫେରିଛନ୍ତି ମହାବାହୁ । ଚତୁର୍ଦ୍ଦଶୀ ତିଥି ଶୁକ୍ରବାର ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଉଭା ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୀଳାଦ୍ରିନାଥଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର । ଗତମାସ ୨୪ ତାରିଖ ସ୍ନାନପୂର୍ଣ୍ଣିମା ଭୋରରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ିଥିଲେ । ରଥାରୁଢ଼ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ରତ୍ନସିଂହାସନରେ ବିଜେ ହୋଇଥିଲେ ।

ବଡ଼ଦେଉଳ ପରମ୍ପରାକ୍ରମେ ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ କଳି (ପାରମ୍ପରିକ ବଚନିକା) ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ପ୍ରବେଶ ସମୟରେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପୁଣି ଖୋଲାଯାଇଥିଲା । କାଳିଆ ସାଆନ୍ତେ ରସଗୋଲା ଦେଇ ପତ୍ନୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଥିଲେ । ଏହି ଅବସରରେ ବହୁ ବ୍ୟକ୍ତି ତଥା ଅନୁଷ୍ଠାନ ପକ୍ଷରୁ ଠାକୁରଙ୍କୁ ରସଗୋଲା ଭୋଗ ଲଗାଯାଇଥିଲା । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା ।

ନୀଳାଦ୍ରି ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯାୟ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି l ଏହାସହ ଆଜିଠୁ ଉପଲବ୍ଧ ହେବ ନୀଳାଚଳ ଅଭଡ଼ା । ଏହି ଅଭଡ଼ା ପାଇବାକୁ ଭକ୍ତ ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳ । ଭକ୍ତମାନେ କିପରି ସୁବିଧାରେ ଏହି ଅଭଡ଼ା ପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.