ସିରିଜ୍‌ ଲୁଟ୍‌: ଗୋଟିଏ ରାତିରେ ୫ଟି ଦୋକନରୁ ଚୋରି ଅଭିଯୋଗ

Published By : Prameya-News7 Bureau | January 17, 2023 IST

ଉମରକାେଟ ୧୭/୦୧: ଗୋଟିଏ ରାତିରେ ୫ଟି ଦୋକାନରୁ ଚୋରି ଅଭିଯୋଗ। ଏପରି ଏକ ଅପରାଧିକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ଗୁଲିପାଟଣା ସାହିରେ ଦେଖିବାକୁ ମିଳିଛି। ଏନେଇ ଉମରକୋଟ ଥାନାରେ ୨ଟି ଏତଲା ଦିଆଯାଇଛି।

ଖବର ଅନୁସାରେ, ଦୁର୍ବୃତ୍ତମାନେ ସୋମବାର ବା ଗତ ରାତିରେ ୩ଟି ଦୋକାନ ଭାଙ୍ଗି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଛନ୍ତି। ଏହା ସହିତ ୨ଟି ଦୋକାନରେ ଚାବି ଭାଙ୍ଗି ସଟର୍‌ ଖୋଲିଥିଲେ ମଧ୍ୟ ଭିତରେ ପଶିପାରିନାହାନ୍ତି। ସେମାନେ ବଜାରରେ ଥିବା ଗୋଟିଏ ଷ୍ଟୁଡିଓ, ଗୋଟିଏ ପାନ ଦୋକାନ, ଗୋଟିଏ ସେଲୁନ, ଗୋଟିଏ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଏବଂ ଗୋଟିଏ ତେଜରାତି ଦୋକାନରୁ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

{"id":734230,"sizeSlug":"full","linkDestination":"none"}

ଅନ୍ୟପଟେ, ସହରର ପୋଲିସ ପେଟ୍ରୋଲିଙ୍ଗ ଉପରେ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଚୋରି ଅଭିଯୋଗର ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ୍ ଆସି ଘଟଣାସ୍ଥଳରେ ଯାଞ୍ଚ କରିବେ ବୋଲି ଉମରକୋଟ ଏସଡିପିଓ ଜଣାଇଛନ୍ତି। ସେପଟେ ଉମରକୋଟ ସହରରେ ମୋଟ ୪୮ଟି ସିସିଟିଭି କ୍ୟାମେରା ଥିଲେ ମଧ୍ୟ ଏହାମଧ୍ୟରୁ ଅନେକ କ୍ୟାମେରା ଅଚଳ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେଗୁଡିକ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ଶୁଭେନ୍ଦୁ କୁମାର ଶବର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.