ଭୁବନେଶ୍ବର୨୦|୧:ଖଣ୍ଡଗିରିରେ ଳୁଟେରାଙ୍କ ଆତଙ୍କରାଜ । ପର୍ଯ୍ୟଟକଙ୍କୁ ଛାଡୁ ନାହାନ୍ତି ଳୁଟେରା । କି ଦିନ କି ରାତି । ମୁହଁରେ ମୁଖା ପିନ୍ଧି ବାଇକ ଚଢି ଆସୁଛନ୍ତି । ମୁଣ୍ଡରେ ଗନ ଲାଗାଇ ଳୁଟି ନେଉଛନ୍ତି । ଯାହାକୁ ନେଇ ଖଣ୍ଡଗିରି ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି ।
{"id":76324,"width":596,"height":333}
ବରମୁଣ୍ଡା, ଖଣ୍ଡଗିରି ଛକ, ଘାଟିକିଆ, କଳିଙ୍ଗ ଷ୍ଟୁଡିଓ ଛକ, ପାତ୍ରପଡା, ଯାଗମରା ଖଣ୍ଡଗିରି - ଉଦୟଗିରି ମୁଣ୍ଡିଆ ଆଦି ଅଞ୍ଚଳରେ ଲୁଟେରାଙ୍କ ଚାଲିଛି ଆତଙ୍କରାଜ । ଏମାନଙ୍କ ପ୍ରାଦୁର୍ଭାବ ଦିନକୁ ବଢିବାରେ ଲାଗିଛି । ସଞ୍ଜ ନଇଲେ ମାରଣାସ୍ତ୍ର ଧରି ବାଇକ ବାହାରି ପଡୁଛନ୍ତି ଏମାନେ । ଲୁଟେରାଙ୍କ ଆତଙ୍କରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଏମିତିକି ଖଣ୍ଡଗିରି - ଉଦୟଗିରି ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ବି ଛାଡୁ ନାହାନ୍ତି । ଗଲା କିଛି ଦିନର ଟ୍ରାକ ରେକର୍ଡକୁ ଦେଖିଲେ ସ୍ପଷ୍ଟ ଜଣା ପଡିଯାଉଛି । ଗତ ଦୁଇ ଦିନ ତଳେ ଜଣେ ବାହାର ରାଜ୍ୟ ମହିଳା ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ ଲୁଟେରା । ଚବିଷ ଘଣ୍ଟା ନ ପରୁଣୁ ଆଉ ଜଣେ ମହିଳାଙ୍କ ଠାରୁ ଳୁଟିବା ପାଇଁ ପ୍ରୟାସ କରିଥିଲେ ଲୁଟେରା । ଏ ସମସ୍ତ ଘଟଣାକୁ ଦେଖିଲେ ସ୍ପଷ୍ଟ ବୁଝାପଡିଯାଉଛି ଖଣ୍ଡଗିରି ଏବେ ଳୁଟେରାଙ୍କ କବଜାରେ । ସେପଟେ ପର୍ଯ୍ୟଟକମାନେ ମଧ୍ୟ ଖଣ୍ଡିଗିରିକୁ ଆସିବାକୁ ଧିରେ ଧିରେ ଭୟ କଲେଣି ।
{"id":76325,"width":595,"height":395}
ଅପରପକ୍ଷରେ ଏହାକୁ ନେଇ କମିଶନରେଟ ପୋଲିସ ଏବେ କଡା ଅଭିମୁଖ୍ୟ ଗ୍ରହଣ କରିଛି । ଖଣ୍ଡଗିରି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି ହେବ । ଏ ନେଇ ସ୍ବତନ୍ତ୍ରଭାବେ ପିସିଆର ଭ୍ୟାନ ବୁଲିବ । ଲୁଟେରାଙ୍କ ମଧ୍ୟ ଖୁବଶିଘ୍ର କାବୁ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।