ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ତାଲା ଭାଙ୍ଗି ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

Published By : Prameya-News7 Bureau | August 22, 2022 IST

ସୋରୋ ୨୨/୦୮: ତାଲା ଭାଙ୍ଗି ମନ୍ଦିରରୁ ଠାକୁରଙ୍କ ୨ ରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସୋର ଥାନା ସାଦମାପୁର ଗ୍ରାମରେ ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିରର ଫାଟକ ପଡିଥିବା ତାଲାକୁ ଭାଙ୍ଗି ଠାକୁର ବିଭିନ୍ନ ଅଳଙ୍କାର ଲୁଟିନେଇଛନ୍ତି ।

ଏହାସହ ୮ଟି ସୁନା ଓ ରୁପା ମୁକୁଟ ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କାର ଗହଣା ହେବ ବୋଲି ଜଣାପଡିଛି । ଆଜି ସକାଳେ ପୂଜାରୀ ପୂଜା କରିବାକୁ ଆସିଥିବାବେଳେ ଜାଣିବାକୁ ପାଇଥିଲେ ଲୁଟ ହୋଇଛି ବୋଲି । କିଛିଦିନ ବ୍ୟବଧାନ ପରେ ପୁଣି ଦୁର୍ବୃତ୍ତଙ୍କର ଟାର୍ଗେଟ ମନ୍ଦିରକୁ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.