ପେଟ୍ରୋଲ ପକାଇବା ବାହାନାରେ ଲୁଟ୍, ବନ୍ଧୁକ ଦେଖାଇ ଛଡାଇନେଲେ କର୍ମଚାରୀଙ୍କ କ୍ୟାସ୍ ବ୍ୟାଗ୍

Published By : Prameya-News7 Bureau | August 20, 2021 IST

ଆଠଗଡ ୨୦।୮: ଗୁରୁବାର ବିଳମ୍ବିତ ରାତିରେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ଏଚପି ପେଟ୍ରୋଲ ଟାଙ୍କିରେ ଡକାୟତି ।  ତିନି ଜଣ ଏକ ବାଇକରେ ଆସି ପେଟ୍ରୋଲ ଟାଙ୍କିର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ। ଏକ ବାଇକ୍ ଯୋଗେ ତିନି ଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ପକାଇବା ଭିତରେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ କ୍ୟାସ୍ ବ୍ୟାଗ୍ ଟିକୁ ଛଡାଇ ନେଇଥିଲେ ।

ବ୍ୟାଗ୍ ରେ ଲକ୍ଷାଧିକ ଟଙ୍କା ଥିବା ସୂଚନା ମିଳିଛି । ଯାହାର ଦୃଶ୍ୟ ପେଟ୍ରୋଲ ପମ୍ପରେ ସିସିଟିଭିରେ ରେକର୍ଡ ହୋଇଛି।  ଗତ କିଛି ଦିନ ହେବ ତିଗିରିଆ ଥାନା ଅଞ୍ଚଳରେ ସକ୍ରିୟ  ଲୁଟେରାମାନେ କିନ୍ତୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.