Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଦେବଗଡ: ରାଜପଥରେ ଲୁଟେରାଙ୍କ ରାଜ, ଭୁଜାଲି ଦେଖାଇ ଲୁଟି ନେଲେ ୩ ଲକ୍ଷ ୪୬ ହଜାର ଟଙ୍କା

4/07/2022 at 10:51 PM

ଦେବଗଡ: ସୋମବାର ଅପରାହ୍ନରେ  ୫୩ ନମ୍ବର ଜାତୀୟ ରାଜପଥର ଚିକିଣିଘାଟିରେ ଜଣେ ବ୍ୟବସାୟୀଙ୍କଠୁ ଭୁଲାଇ ଦେଖାଇ ତିନି ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏ ନେଇ ଦେବଗଡ ଆଦର୍ଶ ଥାନାରେ ବ୍ୟବସାୟୀ ଏଫଆଇଆର ଦେଇଛନ୍ତି। ପୋଲିସ ଅଭିଯୋଗ ଆଧାରରେ ମାମଲାର ଛାନଭିନ୍ ଚଳାଇଛନ୍ତି।

ଦେବଗଡ ଆଦର୍ଶ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ଦେବାନନ୍ଦ ବେହେରା ରେଙ୍ଗାଳବେଡା ଗ୍ରାମରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଛନ୍ତି। ସୋମବାର ଦେବାନନ୍ଦ ଦେବଗଡ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ତିନି ଲକ୍ଷ ୪୬ ହଜାର  ଟଙ୍କା ନେଇ ବାଇକ୍ ଯୋଗେ ଯାଉଥିବା ବେଳେ ଚିକିଣିଘାଟିରେ ଦୁଇ ଜଣ ଦୁର୍ବୃତ୍ତ ଆସି ବାଇକ୍ ଅଟକାଇ ଥିଲେ ।

ଦେବାନନ୍ଦ ମଟରସାଇକଲ ଅଟକାଇବା କ୍ଷଣି ଦୁର୍ବୃତ୍ତ ଦୁଇଜଣ ତାଙ୍କୁ ଭୁଜାଲି ଦେଖାଇ ନେଉଥିବା ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ଦେବାନନ୍ଦ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ଏକ ପୋଲିସ ଟିମ ବ୍ୟାଙ୍କକୁ ଯାଇ ସିସି ଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ସେହିପରି ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ବେସରକାରୀ ସିସି ଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି।

   Related Posts