Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ମାତିଲେ ଲୁଟେରା, ଝରକା ଭାଙ୍ଗି ପଶିଲେ, କଳାକନା ବୁଲାଇଲେ

31/05/2023 at 10:04 AM

ଭୁବନେଶ୍ୱର ୩୧/୦୫: ରାଜଧାନୀରେ ମାତିଲେ ଲୁଟେରା । ବିଳମ୍ୱିତ ରାତିରେ ଘର ଝରକା ଭାଙ୍ଗି ପଶିଲେ, ଘରେ କଳାକନା ବୁଲାଇଲେ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧିନ କେନାଲ ରାସ୍ତାରେ ସିରିଜ ଲୁଟ୍ । କେନାଲ୍ ରୋଡରେ ଥିବା ମିହିର ସାମଲଙ୍କ ଘରୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଥାଉକି, ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ପଶି ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତେବେ ଏହି ଲୁଟେରାମାନେ ମିହିରଙ୍କ ପଡୋଶୀ ଘରେ ମଧ୍ୟ ଲୁଟିଥିବା ସୂଚନା । ମଙ୍ଗଳବାର ଭୋରରୁ ଘଟିଛି ଏହି ଘଟଣା । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଲୁଟ୍‌ର ଦୃଶ୍ୟ ସବୁ କଏଦ ହୋଇଛି ସିସିଟିଭିରେ । ସିସିଟିଭିରେ ଚୋରୀ କରୁଥିବା ଦୃଶ୍ୟ ସବୁ ନଜର ଆସିଛି । ପୋଲିସ ସିସିଟିଭି ଆଧାରରେ ଆରମ୍ଭ କରିଛି ତନାଘନା ।

   Related Posts