ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପୋଲିସ୍‌ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ, ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

6/02/2023 at 12:06 PM

କୋରାପୁଟ ୦୬।୦୨ : କୋରାପୁଟ ପୋଲିସକୁ ସଫଳତା । ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କୋରାପୁଟ ପୋଲିସ । ନଗଦ ଟଙ୍କା ସହ ବାଇକ୍‌, ମୋବାଇଲ୍‌, ପାସ୍‌ ବୁକ୍‌ ଜବତ  ହୋଇଛି ।

ଖବର ଅନୁଯାୟୀ, ଦିନ ଦ୍ୱିପ୍ରହରରେ କୋରାପୁଟ ମୁଖ୍ୟ ଟ୍ରାଫିକ ଛକରୁ ମହିଳାଙ୍କ ଠାରୁ ୩ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ । କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରି ମିଳିଛି ସଫଳତା। ଆନ୍ତ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ୩ ଜଣକୁ ଗିରଫ କରିଛି କୋରାପୁଟ ଟାଉନ୍ ପୋଲିସ । ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳର ବାସିନ୍ଦା ୩ ଜଣକୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ ।

ମାଲକାନଗିରି ଜିଲ୍ଲାରୁ ଏ ଅର୍ଜୁନକୁ ଗିରଫ କରିବାପରେ ଅନ୍ୟ ଦୁଇ ଜଣକୁ ଦାମନଯୋଡି ମାଥାଲପୁଟରୁ ଗିରଫ କରିଛି ପୋଲିସ । ଲୁଟ ହୋଇଥିବା ୩ଲକ୍ଷ ମଧ୍ୟରୁ  ୧,୭୦,୫୪୬ ଟଙ୍କା  ଜବତ କରିଛି । ଏହାସହ ଦୁଇଟି ହୋଣ୍ଡା ସାଇନ ବାଇକ, ତିନୋଟି ମୋବାଇଲ, ଦୁଇଟି ପାସ୍ ବୁକ ସହ ପାନ୍ କାର୍ଡ ସହ ଆଧାର କାର୍ଡ ଜବତ କରାଯାଇଛି । ଘଟଣାରେ ଅନ୍ୟ ଜଣେ ଆସାମୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ କହିଛନ୍ତି ଏସପି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଉକ୍ତ ଆସାମୀ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ବୁଲି ଏହିଭଳି ଭାବରେ ଲୁଟତରାଜ କରିଆସୁଛନ୍ତି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଥିବା ସୂଚନା ଦେଇଛନ୍ତି ଏସପି।

   Related Posts