ଧରାପଡିଲା ଚୋର, ଖୁଣ୍ଟରେ ବାନ୍ଧି ଛେଚିଲେ ଗାଁଲୋକେ

Published By : Prameya-News7 Bureau | October 05, 2022 IST

ଯାଜପୁର ୦୫।୧୦ : ଧରାପଡିଲା ଚୋର । ଖୁଣ୍ଟରେ ବାନ୍ଧି ମାଡମାରିଲେ ସ୍ଥାନୀୟଲୋକେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଖବର ଅନୁଯାଯୀ, ଯାଜପୁର ମଙ୍ଗଳପୁର ଥାନା ଜୟନ୍ତୀରା ପଞ୍ଚାୟତରେ କିଛି ଦିନ ତଳେ ୫ଟି ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ବହୁ ଖୋଜାଖୋଜି ପରେ ବି କୌଣସି ଲୁଟେରାକୁ କରିବାରେ ସଫଳ ହୋଇନଥିଲା ପୋଲିସ । ଶେଷରେ ମଙ୍ଗଳବାର ରାତିରେ ସ୍ଥାନୀୟଲୋକ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଚୋରକୁ କାବୁ କରିବାପରେ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ଶେଷରେ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.