୪ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ, ନଗଦ ଟଙ୍କା ସହ ଲାପ୍ଟପ୍ ଜବତ
17/12/2022 at 2:51 PM

Image Courtesy : file
ଭୁବନେଶ୍ୱର ୧୭।୧୨ : କମିଶନ୍ରେଟ ପୋଲିସକୁ ସଫଳତା । ଚାରି ଜଣ ଲୁଟେରାଙ୍କୁ ବାନ୍ଧିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ନଗଦ ୫୨ ହଜାର ଟଙ୍କା, ଲାପ୍ଟପ୍, ମୋବାଇଲ୍ ଜବତ କରିଛି ପୋଲିସ ।
ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ଭୁବନେଶ୍ୱରର ଉତ୍ପାତ ମଚାଇଥିଲେ ଲୁଟେରା ଗ୍ୟାଙ୍ଗ । କୌଣସି ସୁତ୍ରରୁ ଖବର ପାଇ କମିଶନରେଟ୍ ପୋଲିସ ଚଡାଉ କରିଥିଲା । ଏକ କାର କାଚ ଭାଙ୍ଗି ଲୁଟ୍ କରୁଥିବା ବେଳେ ୪ଜଣ ଲୁଟେରାଙ୍କୁ ବାନ୍ଧିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ୫୨ ହଜାର ଟଙ୍କା, ଲାପ୍ଟପ୍, ମୋବାଇଲ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ୧୧ଟି ମାମଲା ରହିଛି ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023