କମିଶନରେଟ୍‌ ପୋଲିସ କବ୍‌ଜାରେ ଡକାୟତି ଗ୍ୟାଙ୍ଗ, ବିଭିନ୍ନ ଥାନାରେ ରହିଛି ଅନେକ ମାମଲା

Published By : Prameya-News7 Bureau | May 24, 2022 IST

ଭୁବନେଶ୍ବର ୨୪।୦୫ : କମିଶନରେଟ ପୋଲିସ କବ୍‌ଜାରେ ଡକାୟତି ଗ୍ୟାଙ୍ଗ ।ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର , ଟଙ୍କା, ମୋବାଇଲ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଖବର ଅନୁଯାୟୀ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗ ଡକାୟତି କରୁଥିଲେ । ରାତି ଅଧିଆ ଘରେ ପଶି ହାତ ଗୋଡ଼ ବାନ୍ଧି କରୁଥିଲେ ଡକାୟତି । ଲୁଟେରାଙ୍କ ନାଁର ଖଣ୍ଡଗିରି, ନୟାପଲ୍ଲୀ , ଧଉଳି ଥାନାରେ ଅନେକ ମାମଲା ରହିଛି । ଶେଷରେ ଏବେ ପୋଲିସ ହାତରେ ଧରାପଡିଛନ୍ତି ଡକାୟତି ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ୍‌ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.