ବୁଲେଟ ସହ ୪ ସହଯୋଗୀ ଗିରଫ, ସାତ ବାଇକ ସହ ବହୁ ସାମଗ୍ରୀ ଜବତ

Published By : Prameya-News7 Bureau | July 26, 2022 IST

ଭଦ୍ରକ ୨୬।୦୭: ବିଭିନ୍ନ ସ୍ଥାନରୁ ଚୋରି କରୁଥିଲା ବୁଲେଟ ଓ ତାହାର ସହଯୋଗୀ । କେବଳ ବାଇକ ନୁହେଁ , ଦୋକାନ ଓ ଘର ଭାଙ୍ଗି ମଧ୍ୟ ଚୋରି କରୁଥିଲେ । ଏବେ ସାତ ଚୋରା ବାଇକ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ତେବେ ୪ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ଦେଇଛି ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଲେଟ ସହ ତାର ଗ୍ୟାଙ୍ଗକୁ ଗିରଫ କରିଛି । ବୁଲେଟ ଓରଫ ଯଶୋବନ୍ତ କିସ୍କୁ ଓ ତାର ସହଯୋଗୀ ରାଣୀତାଲ ବଜାରର ଏକ ହୋଟେଲ କବାଟ ଭାଙ୍ଗି ଟିଭି , ଇନଭର୍ଟର ସହ ଅନେକ ସାମଗ୍ରୀ ଚୋରି କରିଥିଲା । ଚୋରିରେ ବୁଲେଟର ସମ୍ପୃକ୍ତି ସନ୍ଦେହ ହେବାରୁ ପୋଲିସ ତାକୁ ପଚରାଉଚୁରା କରିବା ବେଳେ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା । ଚୋରିରେ ସହଯୋଗ କରିଥିବା ଜଣେ ନାବାଳକ ସହ ରମ୍ବୀଳା ଅଞ୍ଚଳର ଗୌତମ ପରିଡା , ଉତ୍ତମ ପରିଡାକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ ସହ ଟିଭି , ଇନ୍ଭରଟର ଭଳି ସାମଗ୍ରୀ ସହ ଲୁଟ ପାଇଁ ବ୍ୟବହାର ହେଉଥିବା କଟୁରି , ଲୁହା ରଡ଼ ଓ ଖଣ୍ଡା ଜବତ ହୋଇଛି । ଗିରଫ ଲୁଟେରାଙ୍କ ନାଁରେ ଭଦ୍ରକ ,  ବାଲେଶ୍ୱର ସହ ବହୁ ଅଞ୍ଚଳରେ ଲୁଟରେ ସାମିଲ ଥିବା ଭଦ୍ରକ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.