ପୁରୀ ଷ୍ଟେସନ ଅଂଚଳରୁ ଲୁଟେରା ଗ୍ୟାଙ୍ଗ ଗିରଫ ; ୩୩ଟି ଦାମୀ ମୋବାଇଲ ଓ ୧୪ ହଜାର ଟଙ୍କା ଜବତ
4/06/2018 at 10:55 AM

ପୁରୀ ଜିଆରପି ଓ ଆରପିଏଫକୁ ମିଳିଛି ଏକ ବଡ଼ ସଫଳତା ଦୀର୍ଘଦିନ ଧରି ସହର ଏବଂ ରେଳଷ୍ଟେସନରେ ଆତଙ୍କ ଖେଳାଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ। ସେମାନଙ୍କ ଠାରୁ ୩୩ ଟି ଦାମୀ ମୋବାଇଲ ଓ ୧୪ ହଜାର ଟଙ୍କା ଜବତ ହୋଇଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ମୋବାଇଲ ଗୁଡ଼ିକ ମାଟିତଳୁ ଜବତ କରାଯାଇଛି। ଲୁଟରାମାନେ ଲୁଟ କରିବା ପରେ ସେଗୁଡ଼ିକୁ ମାଟି ତଳେ ପୋତି ରଖୁଥିଲେ। ଗ୍ୟାଙ୍ଗ ମଧ୍ୟରୁ ପଶ୍ଚିମବଙ୍ଗର କାଳୀ ତୋଳା ଥାନା ଅନ୍ତର୍ଗତ ବଳରାମପୁରର ଦେବରାଜ ସିଂହକୁ ପୋଲିସ ଗିରଫ କରିଛି। ଏହି ମାମଲାରେ ପୋଲିସ କିଛି ମହିଳାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଗ୍ୟାଙ୍ଗର ଲୁଟେରାମାନେ ଭିକାରୀ ବେଶରେ ଲୋକଙ୍କୁ ଲୁଟୁଥିଲେ।
Related Posts
ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
28 March 2023
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023