ଧରାପଡିଲେ ଲୁଟେରା ଗ୍ୟାଙ୍ଗ୍ : ୧୧ଜଣ ଲୁଟେରା ଗିରଫ, ଦେଶୀ ବନ୍ଧୁକ ଓ ଗୁଳି ଜବତ

Published By : Prameya-News7 Bureau | October 17, 2020 IST

ଚଣ୍ଡିଖୋଲ ୧୭।୧୦: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି । ଯାଜପୁର ଏସପି ଚରଣ ସିଂ ମୀନା ପ୍ରେସମିଟରେ ସୂଚନା ଦେଇଛନ୍ତି ।

{"id":346020,"sizeSlug":"large"}

ଗତ ଅକ୍ଟୋବର ୬ ତାରିଖ ସଂଧ୍ୟା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ବନ୍ଧଡିହ ଅଂଚଳର ସୁନା ବ୍ୟବସାୟୀ ମହେଶ୍ବର ସାହୁଙ୍କୁ ଆକ୍ରମଣ କରି ସୁନା ଲୁଟି ନେଇଥିଲେ । ଏନେଇ ଧର୍ମଶାଳା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୧ଟି ଦେଶୀ ବନ୍ଧୁକ, ୨ଟା ଗୁଳି, ୧୨ କେଜି ୨ ଶହ ରୂପା ଅଳଙ୍କାର, ୪ଟି ବାଇକ୍ ଜବତ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.