ଅସୁରକ୍ଷିତ ରାଜଧାନୀ, ମାତିଛନ୍ତି ଲୁଟେରା: ରାତି ଅଧରେ ଘରେ ପଶି କରୁଛନ୍ତି ଲୁଟ୍‌ପାଟ୍, ସିସିଟିଭିରେ ଧରାପଡିଲେ ଚୋର

Published By : Prameya-News7 Bureau | July 16, 2022 IST

ଭୁବନେଶ୍ୱର ୧୬/୦୭: ରାଜଧାନୀରେ ମାତିଛନ୍ତି ଲୁଙ୍ଗି ଗାମୁଛା ବେଶଧାରୀ ଗ୍ୟାଙ୍ଗ । ଶ୍ରମିକ ବେଶରେ ଆସୁଛନ୍ତି ଘରେ ପଶି ଲୁଟୁଛନ୍ତି । ସିସିଟିଭି କଏଦ ହେଲା ଗ୍ୟାଙ୍ଗର ଦୃଶ୍ୟ । ଏହି ଗ୍ୟାଙ୍ଗର ଲୂଟ୍ ଉଦ୍ୟମ ପଣ୍ଡ ହୋଇଛି । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ନିକଟ କେନାଲ ରୋଡ କଲୋନୀରେ ଜଣକ ଘରେ ରାତି ଅଧରେ ପଶିବାକୁ ଉଦ୍ୟମ କରୁଥିଲେ ।

ସମ୍ପୃକ୍ତ ଘର ଲୋକ ଚେତା ଥିବା ବେଳେ ଗ୍ୟାଙ୍ଗକୁ ଦେଖି ପାଟି କରିବା ପରେ ଚମ୍ପଟ ମାରିଥିଲେ । ସିସିଟିଭି ଫୁଟେଜରେ ୫ ଜଣ ଲୁଟେରା ଧରାପଡିଛନ୍ତି । ସମସ୍ତେ ଲୁଙ୍ଗି ପିନ୍ଧିଥିବା ବେଳେ ମୁଣ୍ଡରେ ଗାମୁଛା ଭିଡିଛନ୍ତି । ସେହି ଘର ଲୋକ ପାଟି କରିବା ପରେ ଲୁଟେରା ମାନେ ଦୌଡା ଦୌଡ଼ି ହୋଇ ଯାଉଛନ୍ତି ।

ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବ ରୁ ଏଭଳି ଏକ ଗ୍ୟାଙ୍ଗ ସାମନ୍ତରାୟପୁର ଅଂଚଳରେ ଜଣଙ୍କ ଘରେ ପଶି ଲୁଟ୍ କରିଥିଲେ । ସେହି ମାମଲାରେ ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସକୁ କିଛି ସୁରାକ ମିଳି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.