ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟୁଥିଲା, ଧରାପଡି ନିର୍ଦ୍ଧୁମ ଛେଚା ଖାଇଲା ଲୁଟେରା

Published By : Prameya-News7 Bureau | August 08, 2022 IST

ସୋରୋ ୦୮/୦୮: ବିଳମ୍ବିତ ରାତିରେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଉଦ୍ୟମ ବିଫଳ । ଗ୍ରାମବାସୀ ଲୁଟେରାକୁ ଧରି ଛେଚିଲେ । ବନ୍ଧୁକ, ଛୁରୀ ଓ ଆପlଚୀ ଜବତ । ଗତ ୨ ମାସରେ ପାଞ୍ଚରୁ ଅଧିକ ଲୁଟ ପରେ ଗ୍ରାମବାସୀ ଅତିଷ୍ଠ ପରେ ଗତ ରାତିରେ ଜଣେ ଲୁଟେରାକୁ ଗ୍ରାମବାସୀ ଧରି ନିର୍ଦ୍ଧୁମ ଛେଚାଦେଇ ପୋଲିସ ଜିମା ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ପାଖର ଛକରୁ ମଲିପୁର ଯାଉଥିବା ବସନ୍ତ ପାତ୍ରଙ୍କୁ ଦୁଇ ବାଇକରେ ତିନି ଲୁଟେରା ଅଟକାଇ ତାଙ୍କ ମୁଣ୍ଡରେ ଦୁଇଟି ବନ୍ଧୁକ ଓ ଛୁରୀ ଲଗାଇ ଟଙ୍କା ଓ ATM ଲୁଟ କରି ଫେରାର ହୋଇଯାଉଥିଲେ । ବସନ୍ତ ଚିତ୍କାର କରି ଡକାଇବାରୁ ଲୋକେ ଆଗରେ ଛକରେ ଲୁଟେରାଙ୍କୁ ଅଟକାଇବାରୁ ଦୁଇ ଲୁଟେରା ଖସି ଯାଇଥିଲେ ।

ଜଣେ ଲଟେରାକୁ ଗ୍ରାମବାସୀ ମାଡିବସି ବାନ୍ଧି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି । ଲୁଟେରା ଠାରୁ ଲୋକେ ବନ୍ଧୁକ, ଛୁରୀ ଓ ଗୋଟିଏ ଆପlଚୀ ଜବତ କରି ପୋଲିସ ଜିମା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.