ଆନ୍ତଃଜିଲ୍ଲା ଲୁଟେରା ଗିରଫ : ବିଭିନ୍ନ ସ୍ଥାନରୁ ବାଇକ୍ ଡିକି ଭାଙ୍ଗି କରୁଥିଲା ଲୁଟ୍
18/06/2019 at 8:07 AM

ସୋର ୧୮|୬: ସୋର ପୁଲିସ ଜଣେ ଆନ୍ତଃଜିଲ୍ଲା ଡିକି ଭଙ୍ଗା ଲୁଟେରାକୁ ଧରି କୋର୍ଟ ଚାଲାଣ କରିଛି। ସୋର ପୁଲିସ ରଜ ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କରେ ୨ଟି ଟିମ୍ ସାଧା ପୋଷାକରେ ପଇଁତରା ମାରୁଥିବା ବେଳେ ଡିକି ଭଙ୍ଗା ଲୁଟେରାକୁ ଧରିବାରେ ସଫଳ ହୋଇଛନ୍ତି ।

ଗତ ପାଞ୍ଚ ଦିନ ତଳେ ଆସ୍କା ନୂଆଶାହାପୁର ଗାଁର ଆଉଲ ମହେଶ ଓ ସେହି ଅଞ୍ଚଳର ତାଙ୍କ ସାଙ୍ଗ ସୋର ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଜନୈକ ବ୍ୟକ୍ତି ଡିକି ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ବେଳେ ପୁଲିସ ଆଉଲ ମହେଶକୁ ମାଡ଼ି ବସିଥିଲା । ଅନ୍ୟ ଜଣେ ଲୁଟେରା ଫେରାର ହୋଇ ଯାଇଥିଲା । ସୋର ଥାନା ଏଏସ୍ଆଇ ପ୍ରତାପ କୋଲ ଘଟଣାର ତଦନ୍ତ କରିବାରୁ ଆଉଲ ମହେଶ ସୋର ଉଲାସ ଖଡ଼ଗପୁର ଛକରୁ ଡିକି ଭାଙ୍ଗି ୨୦ ହଜାର, ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରୁ ଲକ୍ଷେ ୫୦ ହଜାର, ବସଷ୍ଟାଣ୍ଡରୁ ୪୯ ହଜାର, ଭଦ୍ରକ ଜିଲ୍ଲା ବାସୁଦେବପୁର ସହର ଇଲେକ୍ଟିକ୍ ଅଫିସ ସମ୍ମୁଖରୁ ଲକ୍ଷେ ୩ ହଜାର, ୟୁକୋ ବ୍ୟାଙ୍କ ସମ୍ମୁଖରୁ ଲକ୍ଷେ ୧୫ ହଜାର, କେନ୍ଦୁଝରରୁ ୩୬ ହଜାର, ୬୦ ହଜାର, ୨୦ ହଜାର, ୪୦ ହଜାର ଡିକି ଭାଙ୍ଗି ଲୁଟ୍ କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ କହିଛି।