ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ, ମାଡ଼ ପରେ ଉଦ୍ଧାର କଲା ପୋଲିସ୍‌

Published By : Prameya-News7 Bureau | March 24, 2022 IST

ଟାଙ୍ଗୀ, ୨୪/୦୩: ଅଙ୍ଗନବାଡି ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଧରାପଡିଲା ଲୁଟେରା । ଘଟଣାଟି ନିରାକାରପୁର ଥାନା ଅଧିନସ୍ଥ ହରିପୁର ଗାଁ ଛକ ନିକଟରେ ଘଟିଛି । ଲୁଟେରା ଜଣକ ସ୍କୁଟିରେ ଆସି ଭଦ୍ର ଓ ନମ୍ରତାର ସହିତ ସ୍କୁଟି ଗାଡିରେ ଯାଉଥିବା ସେହି ଅଞ୍ଚଳର ଜଣେ ଅଙ୍ଗନବାଡ଼ି ଦିଦିଙ୍କ ବେକରୁ ସୁନା ଚେନ ଛିନ୍-ତାଇ କରି ଚମ୍ପଟ ମାରୁଥିଲା । ହେଲେ ଦିଦି ଚିତ୍କାର କରିବାରୁ ଲୁଟେରା ଜଣକ ବାଟରେ ନଯାଇ ଅବାଟରେ ଯାଇ ଲୋକଙ୍କ ହାବୁଡ଼ରେ ପଡିଗଲା ।

ଲୁଟେରାକୁ ଧରିବା ପରେ ଲୋକମାନେ ବିଧା-ଗୋଇଠା-ଚାପୁଡା ମାରି ପକାଇଥିଲେ । ଖବର ପାଇ ପୋଲିସ ଆସିଯିବାରୁ ଲୁଟେରା ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ଲୁଟେରା ଜଣକ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ଅଞ୍ଚଳର ଶିବ ପ୍ରସାଦ ଦାସ । ସେ କେତେ ଲୁଟପାଟ ଘଟଣାରେ ସମ୍ପୃକ୍ତ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ଥାନା ନିରୀକ୍ଷକ ଗୀତାଜଂଳୀ ନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.