Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଚେନ୍ ଛିଣ୍ଡାଇ ଫେରୁଥିଲେ ଗାଡିରେ: ସରିଗଲା ତେଲ, ଖାଇଲେ ନିର୍ଦ୍ଧୁମ ଛେଚା

13/03/2023 at 5:23 PM

ନିଶ୍ଚିତକୋଇଲି ୧୩/୦୩: ଚୋରି କରି ଫେରୁଥିଲେ । ଅଧାବାଟରେ ସରିଗଲା ତେଲ । ଧରାପଡି ନିର୍ଦ୍ଧୁମ ଛେଚା ଖାଇଲେ ଲୁଟେରା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ।

ଲୋକେ ବାଇକ୍‌ରେ ଗୋଡ଼େଇ ଗୋଡ଼େଇ ଆସି ଦୁଇ ସୁନା ଚେନ ଲୁଟେରା କୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ମଧ୍ୟରୁ ଜଣେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଲୋକଙ୍କ ଠାରୁ ନିର୍ଦ୍ଧୁମ ମାଡ଼ ଖାଇଥିଲା । ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୁଟେରାକୁ ଚିକିତ୍ସା କରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ଲୁଟେରା ଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରୀ, ଗୋଟିଏ ଡୁପ୍ଲିକେଟ ନମ୍ବର ପ୍ଲେଟ ସହ ଏକ ବ୍ୟାଗ୍ ଜବତ କରିଛି ପୋଲିସ । ଚେନ୍ ଲୁଟେରା ଜଣଙ୍କ ହେଉଛନ୍ତି ଯାଜପୁର ଅଞ୍ଚଳର ଶଶିକାନ୍ତ ଜେନା । ତେବେ ଖସି ଯାଇଥିବା ଲୁଟେରା ରାହୁଲ୍ ବୋଲି ପୋଲିସ୍‌କୁ ସୂଚନା ଦେଇଛି ଧରାପଡିଥିବା ଲୁଟେରା ଶଶିକାନ୍ତ । ଅଭିଯୁକ୍ତମାନଙ୍କ ନାଁରେ ଚେନ୍ ଛିଣ୍ଡା ଓ ରାହଜାନି ଭଳି ଘଟଣାରେ ସମ୍ପୃକ୍ତି ଥିବା ଜଣାପଡିଛି ।

   Related Posts