ଛେଳି ଚୋରି କରିବାକୁ ଆସି ଫସିଗିଲେ ଲୁଟେରା, ଧରାପଡି ଖାଇଲେ ନିର୍ଦ୍ଧୁମ ଛେଚା

Published By : Prameya-News7 Bureau | October 21, 2022 IST

ନୀଳଗିରି ୨୧/୧୦: ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ।

ମଧ୍ୟରାତ୍ରରେ ଉଦଳା ଆଡୁ ଏକ ବୋଲେରୋ ଗାଡ଼ିରେ ୫ ଯୁବକ ଛେଳି ଚୋରି କରି ଆସୁଥିଲେ । ସଜନାଗଡ଼ ଭାଲୁକାଶୁଣି ଜଙ୍ଗଲରେ ଦମ୍ପତ୍ତି ଏକ ବାଇକରେ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଅଟକାଇ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଛଡାଇ ଆଣିଥିଲେ । ପରେ ଅନ୍ୟ ଏକ ଗାଡି ଆସିବାରୁ ମହିଳା ଜଣକ ସବୁ କଥା କହିଥିଲେ । ସେ ଫୋନ କରିଦେବାରୁ ଘାଟଘର ସାହି ଅଞ୍ଚଳରେ ବୋଲେରୋ ଗାଡି ସହ ଦୁର୍ବୃତ୍ତମାନଙ୍କୁ ଅଞ୍ଚଳବାସୀ ଅଟକାଇ ଥିଲେ ।

ମାରଣାସ୍ତ୍ର ଦେଖାଇ ୨ଜଣ ଯୁବକ ଖସି ଯାଇଥିବା ବେଳେ ୩ଜଣଙ୍କୁ ଅଟକ ରଖିଥିଲେ । ତେବେ ସେହି ୩ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି ଅଞ୍ଚଳବାସୀ । ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଚୋରଙ୍କୁ ଉଦ୍ଧାର କରି ଗାଡିଟିକୁ ଜବତ କରିଛନ୍ତି । ଆଜି ଗିରଫ ଚୋରଙ୍କୁ କୋର୍ଟ ଚାଲାଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.